ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ

ବ୍ରହ୍ମଗିରି(କେନ୍ଯୁଜ୍) : ପୁରୀ ଜିଲ୍ଲା ପାଇଁ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରିର କେରାଣ୍ଡିଆରେ ଏହି ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧୧ ବ୍ଲକ ପାଇଁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୀ ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ । ଏଥିସହ ହଜାରେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ନବୀନ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀଧାମର ବିକାଶ ଆମର ଦାୟିତ୍ୱ । ପୁରୀର ଲୋକମାନେ ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପାଉଛନ୍ତି । ଏଭଳି ସୁବିଧା ପାଇବାରେ ପୁରୀ ଦେଶରେ ପ୍ରଥମ । ପ୍ରତ୍ୟେକ ପରିବାର ଉନ୍ନତି ରାଜ୍ୟର ଉନ୍ନତି । ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି ଆସିଥିଲେ । BSKY ସ୍ମାର୍ଟ କାର୍ଡ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ କଟଣାକଣାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲ ।  ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି ଆସୁଥିବାରୁ ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.