ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମହିଳା ମୃତ

ଦେବଗଡ଼ (କେନ୍ୟୁଜ):ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଦେବଗଡ଼ ଜିଲ୍ଲା ଗାଡପାଲ ଗାଁରେ ଏହି ଘଟଣା ଘଟିଛି। ଗୋଟିଏ ପରିବାରର ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗାଡପାଲ ଗାଁର ନରେନ୍ଦ୍ର ଶବରଙ୍କ ପରିବାର ଲୋକ ଡୋରୋଥିଆ କୁଲୁଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ମାଆ ଡୋରୋଥିଆ କୁଲୁଙ୍କ ମୃତ୍ୟୁ ଘଟିଛି।

ଏହା ସହ ତାଙ୍କ ପୁଅ ପ୍ରୀତମ୍‌ କୁଲୁ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟ ପରିବାର ଭିତରେ ପୂର୍ବରୁ ଜମି ବିବାଦ ଲାଗି ରହିଥିବା ବେଳେ ଗତକାଲି ଏହା ଉଗ୍ରରୂପ ନେଇଥିଲା। ମୃତକଙ୍କ ପରିବାର ପକ୍ଷରୁ ଦେବଗଡ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.