ଏବେଠୁ ଡରାଇଲାଣି ତାତି: ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ବଢୁଛି ତାତି । ଆଜି ୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ସେଠାରେ ୪୧.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବଲାଙ୍ଗିରରେ ୪୧, ଅନୁଗୋଳରେ ୪୦.୧, ବୌଦ୍ଧ ଓ ବାରିପଦାରେ ୪୦ ଡିଗ୍ରୀ ଲେଖାଏ ତାପମାତ୍ରା ରେକର୍ଡ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତ ତିନି ଦିନ ହେବ ରାଜ୍ୟରେ ଉପରମୁହାଁ ହୋଇଛି ପାରଦ । କାଲିଠୁ ୩ ଦିନ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଫଳରେ ତାତିରୁ ତାହ୍ରି ମିଳିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.