Below header

ଓଡ଼ିଶାରେ ଅଣାୟତ୍ତ କରୋନା ସ୍ଥିତି : ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୧୦୪ ନୂଆ ଆକ୍ରାନ୍ତ

ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍‌ ୫ହଜାର ୫୨୬ କୋଭିଡ୍‌ ଟେଷ୍ଟ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ହେବ ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍‌ ୫ହଜାର ୫୨୬ କୋଭିଡ୍‌ ଟେଷ୍ଟ ହୋଇଛି । ଆଶ୍ୱସ୍ତିକର ଖବର ହେଉଛି, ରାଜ୍ୟରେ କେହି କରୋନାରେ ପ୍ରାଣ ହରାଉ ନାହାନ୍ତି । ଏବେ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୪୨୯ ।

ସେହିପରି ଦେଶରେ ବି ବ୍ରେକ ଫେଲ କରୋନା । ୬ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ୧୩ ପ୍ରତିଶତ ବଢ଼ିଛି । ଗତକାଲି ଏହି ସଂଖ୍ୟା ଥିଲା ୫ହଜାର ୩୩୫ ।ଗତ ୨୪ ଘଣ୍ଟାରେ କରୋନା ଆଉ ୧୩ ଜଣଙ୍କର ଜୀବନ ନେଇଛି । ସଂକ୍ରମଣ ବଢିବା ସହ ଦେଶରେ କରୋନା ଆକ୍ଟିଭ କେସ ୨୮ ହଜାର ପାର୍‌ କରିଛି । ବର୍ତ୍ତମାନ ସକ୍ରିୟ ମାମଲା ରହିଛି ୨୮ହଜାର ୩୦୩ । ଗତ ସପ୍ତାହେ ହେବ ଦେଶରେ ଦୈନିକ ସଂକ୍ରମଣ ଲଗାତାର ବଢି ଚାଲିଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି । ବିଭିନ୍ନ ଦେଶରେ ସଂକ୍ରମଣ ବଢୁଥିବାରୁ ପୁଣି ଥରେ ଚିନ୍ତା ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.