ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ! ଅଧିକ ଘନୀଭୂତ ହେଉଛି ଡିପ୍‌ ଡିପ୍ରେସନ୍‌

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ଅସାନୀ । ଏବେ ଡିପ୍ରେସନ ଅଧିକ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଅବପାତ ନେବ ଗଭୀତ ଅବପାତ ବା ଡିପ୍‌ ଡିପ୍ରେସନ ହେବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବ । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଡିପ୍ରେସନ୍‌ ।

ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦ୍ୱୀପର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନିକୋବର ଦ୍ୱୀପରେ ମଧ୍ୟରେ ହାଲୁକାର ମଧ୍ୟମ ଧରଣର ବର୍ଷାର ଚେତାବନୀ ଦିଆଯାଇଛି । ୨୩ ତାରିଖରେ ବାତ୍ୟା ଅସାନୀ ମିଆଁମାର-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଭାରତୀୟ ତଟରକ୍ଷା ବାହିନୀ ମାଛଧରାଳି ମାନଙ୍କୁ ସତର୍କ କରିଛି । ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.