Below header

ପୋସ୍ତରେ ଭରି ରହିଛି ଅନେକ ଔଷଧୀୟ ଗୁଣ, କ୍ୟାନ୍‌ସରଠୁ ମଧୁମେହ ଯାଏଁ ସବୁ ରୋଗକୁ ଚୁଟ୍‌କିରେ କରିଦିଏ ଛୁମନ୍ତର

ଭାରତୀୟ ବ୍ୟଞ୍ଜନରେ ଅନେକ ପ୍ରକାରର ଗୁଣକାରୀ ଖାଦ୍ୟ ପଦାର୍ଥ ରହିଛି। ଯାହା କେବଳ ପେଟ ଭରେନି, ବରଂ ଚିକିତ୍ସା କ୍ଷେତ୍ରରେ ବି ବ୍ୟବହୃତ ହୋଇଥାଏ। ସେଭଳି ଏକ ଖାଦ୍ୟ ପଦାର୍ଥ ହେଉଛି ପୋସ୍ତ ବା ପୋସ୍ତକ। ପୋସ୍ତ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀର ପାଇଁ ଔଷଧ ଭଳି ମଧ୍ୟ କାର୍ଯ୍ୟ କରେ। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ପୋସ୍ତ ହେଉଛି ଅଫିମ ଗଛର ମଞ୍ଜି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ପୋସ୍ତ ଖାଇବାର ଫାଇଦା ସମ୍ପର୍କରେ…

ପାଚନରେ ସହାୟକ:

ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ପୋସ୍ତକ ବ୍ୟବହାର କରାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି, ଯାହା କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଆଦି ପେଟ ରୋଗକୁ ଦୂର କରିଥାଏ। ଏଥିସହ ଏହା କୋଲୋନ୍‌ କ୍ୟାନ୍‌ସରର ଆଶଙ୍କାକୁ ବି କମ୍‌ କରେ। ନିୟମିତ ରୂପେ ପୋସ୍ତ ଖାଇଲେ ପେଟ ଭଲ ରହେ।

ତ୍ୱଚା ପାଇଁ ଉପକାରୀ:

ମୁହଁରୁ ଚୋପା ଛାଡ଼ୁଥିଲେ ବାହାରକୁ କୁଆଡ଼େ ଗଲା ବେଳେ ଭାରି ଲାଜ ମାଡ଼େ। ଯଦି ଆପଣ ବି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ପୋସ୍ତ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ଖରାଦିନେ ପୋସ୍ତ ସେବନ କଲେ ପେଟ ଥଣ୍ଡା ରହେ।

ନିଦ ସମସ୍ୟା ଦୂର କରେ:

ନିଦ୍ରା ହୀନତା ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ପାଇଁ ପୋସ୍ତ ଲାଭକାରୀ ସାବ୍ୟସ୍ତ ହୋଇପାରେ। ନିୟମିତ ପୋସ୍ତ ସେବନ କଲେ ଭଲ ନିଦ ହୁଏ। ଅଫିମରୁ ପୋସ୍ତ ତିଆରି ହୋଇଥିବାରୁ ଏଥିରେ ନିଦ ଭାଗ ରହିଥାଏ। ଏଣୁ ନିଦ ନ ହେଉଥିଲେ ଆପଣ ପୋସ୍ତ ସେବନ କରିପାରିବେ।

ପ୍ରଜନନ କ୍ଷମତାରେ ସୁଧାର ଆଣେ:

ମହିଳାଙ୍କର ପ୍ରଜନନ କ୍ଷମତାକୁ ବଢ଼ାଇବାରେ ପୋସ୍ତ ସାହାଯ୍ୟ କରେ। ଯେଉଁ ମହିଳାଙ୍କର ସନ୍ତାନ ହେଉନଥାନ୍ତି କିମ୍ବା କିଛି ସମସ୍ୟା ଥାଏ। ସେମାନଙ୍କୁ ପୋସ୍ତ ସେବନ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏକ ରିସର୍ଚ୍ଚ ମୁତାବକ, ପୋସ୍ତ ତେଲ ମହିଳାଙ୍କ ଫେଲୋପିୟନ୍‌ ଟ୍ୟୁବ୍‌କୁ ସଫା କରିଥାଏ। ଫଳରେ ଗର୍ଭଧାରଣ ସହଜ ହୁଏ।

ହାଡ଼କୁ ମଜଭୁତ କରେ:

ହାଡ଼ ପାଇଁ ପୋସ୍ତ ଲାଭକାରୀ ହୋଇଥାଏ। ପୋସ୍ତରେ କ୍ୟାଲସିୟମ୍‌, ଜିଙ୍କ୍‌ ଓ କପର ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ। ହାଡ଼କୁ ମଜଭୁତ କରିବାରେ ଏସବୁ ତତ୍ତ୍ୱ ସାହାଯ୍ୟ କରିଥାନ୍ତି।

ହାର୍ଟ ପାଇଁ ଲାଭକାରୀ:

ହାର୍ଟକୁ ସୁସ୍ଥ ରଖିବାରେ ପୋସ୍ତ ସାହାଯ୍ୟ କରେ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି, ଯାହା ଶରୀରର କୋଲୋଷ୍ଟ୍ରଲ ମାତ୍ରାକୁ କମ୍‌ କରି ହୃଦୟକୁ ସୁସ୍ଥ ରଖିଥାଏ। ପୋସ୍ତ ତେଲକୁ ନିୟମିତ ଖାଦ୍ୟରେ ସାମିଲ କଲେ, ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍‌ ରହିଥାଏ। ଏଥିସହ ପୋସ୍ତରେ ଥିବା ଓମେଗା-୬ ଫ୍ୟାଟି ଏସିଡ୍‌ ହାର୍ଟ ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରେ।

କେବଳ ଏତିକି ନୁହେଁ ଦୃଷ୍ଟି ଶକ୍ତି ବୃଦ୍ଧି, ଶ୍ୱସନ ସମସ୍ୟା ଦୂର କରିବାରେ, କ୍ୟାନ୍‌ସର ରୋକିବାରେ, ଥାଇରଏଡ୍‌ କମାଇବାରେ, ମଧୁମେହ ଆଦି ଭୟଙ୍କର ରୋଗରୁ ମୁକ୍ତି ଦେବାରେ ମଧ୍ୟ ପୋସ୍ତ ସାହାଯ୍ୟ କରେ।

Also Read: ପ୍ରଥମ ଅଡିସନ୍‌ରେ କାଷ୍ଟିଂ ଡାଇରେକ୍ଟରଙ୍କ ଇଚ୍ଛାକୁ ଏମିତି ପୂରଣ କରିଥିଲେ ନୋରା ଫତେହୀ, ଭାଇରାଲ ହେଉଛି ପୁରୁଣା ଭିଡିଓ କ୍ଲିପ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.