ରୁଷ-ୟୁକ୍ରେନ ଯୁଦ୍ଧରେ ପରମାଣୁ ଆକ୍ରମଣ ଭୟରେ ପରିବାରକୁ ସାଇବେରିଆ ପଠାଇଲେ ପୁଟିନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧରେ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧର ରୂପ ନେଇପାରେ । ରୁଷର ଯୁଦ୍ଧନୀତିରେ ଏବେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ପରମାଣୁ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି । ୟୁରୋପୀୟ ରାଷ୍ଟ୍ର ଗୁଡିକ ଘୋର ଅନିଶ୍ଚିତତାରେ ରହିଛନ୍ତି । ରୁଷ ରାଷ୍ଟ୍ରପତି ପୁଟିନ୍‌ ନିଜ ସେନାକୁ ପରମାଣୁ ଯୁଦ୍ଧ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରମାଣୁ ଯୁଦ୍ଧ ଡ୍ରିଲ ପାଇଁ କରିବା ପରେ ପରିସ୍ଥିତି ଅତି ଜଟିଳ ମୋଡ଼ ନେବା ଆଶଙ୍କା ରହିଛି ।

ରିପୋର୍ଟ ଅନୁଯାୟୀ, ପୁଟିନ୍ ପରମାଣୁ ଯୁଦ୍ଧ ଆଡକୁ ବଢୁଥିବା ସଙ୍କେତ ମିଳୁଛି। ନ୍ୟୁକ୍ଲିୟର ଓ୍ଵାର ଇଭାକୁଏସନ ଡ୍ରିଲର ରିପୋର୍ଟ ଉପରେ କ୍ରେମଲିନର ଅଧିକାରୀ ମଧ୍ୟ ମୋହର ମାରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବେ ରୁଷ ସୈନିକ ପଶ୍ଚିମ ୟୁକ୍ରେନ ଉପରେ ହାଇପରସୋନିକ ମିସାଲଇରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୟୁକ୍ରେନର ଅସ୍ତ୍ର ଶସ୍ତ୍ର ଭରା ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ଧ୍ଵଂସ ହୋଇ ଯାଇଥିଲା। ୟୁକ୍ରେନ ମଧ୍ୟ ଦାବି କରିଛି ଯେ, ରୁଷ ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୧୨ ଶିଶୁଙ୍କ ପ୍ରାଣହାନୀ ଘଟି ସାରିଛି। କୁହାଯାଇଛି, କ୍ରେମଲିନର ବରିଷ୍ଠ ରାଜନୈତିକ ବ୍ୟକ୍ତି କହିଛନ୍ତି, ଖୋଦ୍ ପୁଟିନ ଏହି ଆଣବିକ ସମରାଭ୍ୟାସରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୋଣରୁ ପୁଟିନ ନିଜ ପରିବାର ଲୋକଙ୍କୁ ସାଇବେରିଆ ପ୍ରଦେଶରେ ଥିବା ବଙ୍କରକୁ ପଠାଇ ଦେଇଛନ୍ତି । ସେଠାରେ ଅଲତାଇ ପର୍ବତକୁ ହାଇଟେକ୍ ଭୂମିଗତ ବଙ୍କରରେ ପରିଣତ କରାଯାଇଛି। କୁହାଯାଉଛି ପୁଟିନଙ୍କ ପରିବାର ସଦସ୍ୟ ଏହି ବଙ୍କରରେ ରହୁଛନ୍ତି।

You might also like