ACF ମୃତ୍ୟୁ ପ୍ରସଙ୍ଗରେ ଦୁଲୁକିଲା ବିଧାନସଭା, ଥାନାକୁ ନ ଡାକି କାହିଁକି ଘରେ ଜେରା କରୁଛି ପୋଲିସ?

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ଉଠିଲା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ACFଙ୍କ ମୃତ୍ୟୁ ପରେ ୩ ଜଣଙ୍କ ନାଁରେ ଏତଲା ହୋଇଥିଲା। DFO , ଏସିଏଫ୍‌ଙ୍କ ପତ୍ନୀ ବିଦ୍ୟାଭାରତୀ ଓ ତାଙ୍କର ରୋଷେୟାଙ୍କ ନାଁରେ ଏତଲା ହୋଇଥିଲା। ହେଲେ ୩ ଜଣଙ୍କୁ ଥାନାକୁ ଡକା ନଯାଇ ତାଙ୍କ ଘରେ କାହିଁକି ଜେରା କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

DFOଙ୍କ ବଦଳି ଦାବି କରିଛନ୍ତି ବିଧାୟକ। ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି, ତାହା କଣ DFO ଜାଣିପାରୁନାହାନ୍ତି ବୋଲି ପାରଳାଖେମୁଣ୍ଡି ବିଧାୟକ ପ୍ରଶ୍ନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.