ଆୟ କୋଟି କୋଟି ହେଲେ ଫାଙ୍କୁଥିଲେ ଟିକସ, ଏବେ ହେଉଛି ରେଡ୍‌

ରାଜନଗର (କେନ୍ୟୁଜ୍‌) : ରାଜନଗର ତାଳଚୁଆ ଅଂଚଳରେ ଆୟକର ବିଭାଗର ବଡ଼ ଚଢ଼ାଉ । ତିନି ଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ରେଡ୍‌୍‌ ହୋଇଛି । ମଦନ ଦେବନାଥ, ଅମଲ ପ୍ରଧାନ, ସୁଜେସ ମଣ୍ଡଳଙ୍କ ଘରେ ରେଡ କରାଯାଇଛି । ଏହି ଚଢ଼ାଉ ଗତକାଲି ଭୋର ୫ଟାରୁ ଆଜି ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଛି ଆୟକର ବିଭାଗର ୩ ଜଣିଆ ଟିମ ଏହି ଚଢ଼ାଉ ଜାରି ରଖିଛନ୍ତି ।

ଆୟକର ବିଭାଗର ଭୁବନେଶ୍ୱର ଟିମ ପହଞ୍ଚି ଚଢ଼ାଉ କରିଛନ୍ତି ଏହି ବ୍ୟବସାୟୀମାନଙ୍କର ଚିଙ୍ଗୁଡ଼ି ଘେରି, ପେଟ୍ରୋଲ ପମ୍ପ, ଚିଙ୍ଗୁଡ଼ି ଦାନା ଓ ଔଷଧ, ବରଫ ଫ୍ୟାକ୍ଟ୍ରି, ଟ୍ରଲର ଆଦି ବ୍ୟବସାୟ ରହିଛି । ଏହି ତିନିଜଣ କୋଟିପତି ବ୍ୟବାସାୟୀ କୋଟି କୋଟି ଟଙ୍କା ଆୟ କରୁଥିଲେ ମଧ୍ୟ ଟିକସ ଫାଙ୍କିଥିବା ଜଣାପଡିଛି । ଯାହାଫଳରେ ଆୟକର ବିଭାଗ ତାଙ୍କ ଉପରେ ରେଡ୍‌ ମାରିଛି ।

raid-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.