ଟ୍ରେନ୍‌ ବିଳମ୍ବ ହେଲେ ରେଲୱେ ଦେଇଥାଏ ଏହି ଫ୍ରି ସୁବିଧା, ଏ ବିଷୟରେ କଣ ଆପଣଙ୍କୁ ଜଣାଅଛି

ଟ୍ରେନ୍‌ ଯାତ୍ରା ପ୍ରାୟ ସମସ୍ତଙ୍କୁ ପସନ୍ଦ ଲାଗିଥାଏ। ଏଥିରେ ଯାତ୍ରା କରିବା ଆରାମଦାୟକ ଲାଗିଥାଏ। ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି। ସେହିପରି ଦୂର ଯାତ୍ରା ପାଇଁ ଶସ୍ତା ଦାମରେ ଯାତ୍ରା କରିବା ପାଇଁ ଲୋକମାନେ ଟ୍ରେନକୁ ପ୍ରାଥମିକତା ଦିଅନ୍ତି। ଯଦିଓ ଟ୍ରେନରେ ଯାତ୍ରା କରିବା ଲୋକଙ୍କୁ ସେତେବେଳେ ମୁସକିଲ୍‌ ଲାଗିଥାଏ, ଯେତେବେଳେ ଟ୍ରେନ ବିଳମ୍ବରେ ଚାଲୁଥାଏ। ଟ୍ରେନ୍‌ ବିଳମ୍ବ ହେବା ଦ୍ୱାରା ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ବହୁତ ବ୍ୟତିବ୍ୟସ୍ତ ଲାଗିଥାଏ।

ଟ୍ରେନ୍‌ ଲେଟ୍‌ ହେବାଦ୍ୱାରା ଯାତ୍ରୀଙ୍କୁ ବହୁତ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏବଂ ଟାଇମ ମଧ୍ୟ ବହୁତ ବର୍ବାଦ ହୋଇଥାଏ। ଅନେକ ଥର ତ ଟ୍ରେନକୁ ପୂରା ଗୋଟେ ଗୋଟେ ଦିନ ବି ବିଳମ୍ବ ହେଉଥିବା ଦେଖିବାକୁ ମିଳେ। ସେହିପରି ଟ୍ରେନ ଲେଟ ହେବା ଦ୍ୱାରା ରେଲେଓ୍ଵ ପକ୍ଷରୁ ଯାତ୍ରୀଙ୍କୁ କିଛି ସୁବିଧା ମଧ୍ୟ ଦିଆଯାଇଥାଏ। ଯାହାଦ୍ୱାରା ଯାତ୍ରୀଙ୍କୁ ଅଧିକ ସମସ୍ୟାକୁ ସାମ୍ନା କରିବାକୁ ପଡିନଥାଏ।

ପ୍ରତ୍ୟେକ ରେଳ ଷ୍ଟେସନରେ ୱେଟିଙ୍ଗ୍‌ ରୁମ୍‌ ନିର୍ମାଣ କରାଯାଇଛି। ଏହି ୱେଟିଙ୍ଗ୍‌ ରୁମ୍‌ ଏଥିପାଇଁ ରଖାଯାଏ କାରଣ ଯେପରି ଟ୍ରେନ୍‌ ଲେଟ ହେଲେ ଯାତ୍ରୀ ୱେଟିଙ୍ଗ୍‌ ରୁମରେ ଆରାମ କରିପାରିବେ ଏବଂ ଟ୍ରେନ ଆସିବାର ଅପେକ୍ଷା କରନ୍ତି। ଯଦି ଟ୍ରେନ୍‌ ଆସିବାର ସମୟ ପୂର୍ବରୁ ଆପଣ ରେଲୱେ ଷ୍ଟେସନରେ ପହଁଚିଯାଉଛନ୍ତି ତାହେଲେ ମଧ୍ୟ ୱେଟିଙ୍ଗ୍‌ ରୁମର ବ୍ୟବହାର କରିପାରିବେ। ଯଦିଓ ଅଧିକାଂଶ ଲୋକଙ୍କୁ ୱେଟିଙ୍ଗ୍‌ ରୁମର ବ୍ୟବହାର କରିବାର ସୂଚନା ନଥାଏ।

ୱେଟିଙ୍ଗ୍‌ ରୁମର ବ୍ୟବହାର କରିବା ଯାତ୍ରୀଙ୍କ ପାଇଁ ଏକଦମ୍‌ ମାଗଣା ହୋଇଥାଏ। ୱେଟିଙ୍ଗ୍‌ ରୁମର ବ୍ୟବହାର କରିବା ପାଇଁ ଯାତ୍ରୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିନଥାଏ। ଯଦିଓ ୱେଟିଙ୍ଗ୍‌ ରୁମର ବ୍ୟବହାର କରିବା ପାଇଁ ଯାତ୍ରୀଙ୍କ ପାଖରେ ଟ୍ରେନ୍‌ ରିଜର୍ଭେସନ ଟିକେଟ ମହଜୁଦ ରହିବା ଉଚିତ। ବିନା ରେଲୱେ ରିଜର୍ଭେସନ ଟିକେଟରେ ୱେଟିଙ୍ଗ୍‌  ରୁମ ବ୍ୟବହାର କରିବା ଆପଣଙ୍କ ପାଇଁ ଭାରି ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.