ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ସମାଗମ, ହଜାର ହଜାର ପକ୍ଷୀ ବଂଶ ବିସ୍ତାର ପାଇଁ ବାନ୍ଧିଛନ୍ତି ବସା

କେନ୍ଦ୍ରପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀମାନଙ୍କ ସମାଗମ। ଦେଶର କୋଣ ଅନୁକୋଣରୁ ହଜାର ହଜାର ପକ୍ଷୀ ନିଜର ବଂଶ ବିସ୍ତାର ପାଇଁ ଏଠାରେ ବସା ବାନ୍ଧିଛନ୍ତି। ଯାହାକୁ ଦେଖିବା ପାଇଁ ଏବେ ଭିତରକନିକାରେ ପଯ୍ୟର୍ଟକଙ୍କ ଭିଡ ଦେଖିବାକୁ ମିଳୁଛି। କେନ୍ଦ୍ରପଡାରେ ରହିଛି ଏହି ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ। ବର୍ଷା ୠତୁ ଆରମ୍ଭରୁ ଏଠାରେ ଦେଶୀୟ ପକ୍ଷୀମାନଙ୍କର ଭିଡ ଜମେ।

bhitarakanikaଗେଣ୍ଡାଳିଆ, ରାଣୀବଗ, ପାଣିକୁଆ, ଦାଆ, ବେଣଟିଆ ଆଦି ପକ୍ଷୀମାନେ ଭିତରକନିକର ବଗଗହନ ଓ ମଠଆଡିଆର ଗୁଆଁ ଓ ବନି ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ପକ୍ଷୀମାନେ ବସା ବାନ୍ଧୁଥିବା ଗଛତଳକୁ ଜୁଆର ପାଣି ମାଡି ଆସିଥାଏ। ସେହି ଜୁଆର ପାଣିରେ ମାଛମାନେ ପକ୍ଷୀମାନଙ୍କ ମଳ ଖାଇବା ପାଇଁ ଚାଲି ଆସନ୍ତି। ପକ୍ଷୀମାନେ ବସାରୁ ଓହ୍ଲାଇ ସେହି ମାଛମାନଙ୍କୁ ଖାଇ ସେମାନଙ୍କର ଖାଦ୍ୟ ସଂଗ୍ରହ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.