କେନ୍ଦୁଝର: ପରକୀୟ ପ୍ରୀତି ପାଇଁ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ, ଟାଉନ ଥାନା ପୋଲିସ କଲା ଉଦ୍ଧର

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଣ୍ଡୁଆ ମୁଣ୍ଡା ସାହିର  ସାହିବ ମୁଣ୍ଡା ନାମକ ଜଣେ ୬୫ ବର୍ଷ ବୃଦ୍ଧ ସେହି ଗାଁରେ ରହୁଥିବା ରିଉ ମୁଣ୍ଡାଙ୍କ ସ୍ତ୍ରୀଙ୍କୁ ନେଇ ପଳାଇଥିଲେ । ଘଟଣାର ୫ ଦିନ ପରେ ରିଉ  ସ୍ତ୍ରୀ କଥା ଭାବି  ମୃତ୍ୟୁ ବରଣ କରିଥିଲେ । ଆଜି ତାଙ୍କ ମୃତ୍ୟୁର ୧୦ ଦିନ ହୋଇଥିବା ବେଳେ ଘରକୁ ଫେରିଥିଲେ ସାହିବ ।

ରିଉଙ୍କ ୩ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ସାହିବଙ୍କ ଦୁଇ ପୁଅ ବିଭାହିତ।  ଆଜି ସାହିବ ଘରକୁ ଫେରିବା ପରେ ଏହି ଘଟଣାରେ ଉତ୍ୟକ୍ତ ଗାଁ ଲୋକେ ଏକତ୍ରିତ ହୋଇ ସାହିବଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ ଓ ଉତ୍ତମ ମଧ୍ୟମ ଦେଇଥିଲେ। ପରେ ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳକୁ ଆସି ସମ୍ପୃକ୍ତ ବୃଦ୍ଧଙ୍କୁ ଉଧାର କରି ଥାନାକୁ ନେଇ ପଚରା ଉଚାରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.