ବୁର୍ଲା ଭିମସାରରେ ରୋଗୀଙ୍କ ଜୀବନ ସହ ଖେଳ, HIV ସଂକ୍ରମିତ ରୋଗୀଙ୍କ ଅପରେସନ ଉପକରଣରେ ଅସ୍ତ୍ରୋପଚାର

ସମ୍ବଲପୁର(କେନ୍ୟୁଜ୍): ବୁର୍ଲା ଭିମସାରରେ ରୋଗୀଙ୍କ ଜୀବନ ସହ ଖେଳ। ମେଡିକାଲର ଦନ୍ତ ବିଭାଗରେ ଜଣେ ଏଡସ ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଖବର ଜଣାପଡ଼ିଛି। ଏହାପରେ HIV ସଂକ୍ରମିତ ରୋଗୀଙ୍କ ଅପରେସନ ଉପକରଣରେ ଅନ୍ୟ ୧୨ଜଣଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଏହା ଜଣାପଡିବା ପରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଏଡସ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ ଅନେକ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନକରି ଏଡସ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପରେ ଭିମସାରରେ ଚାଞ୍ଚଲ୍ୟ ଖେଳିଯାଇଛି। ନିୟମ ଅନୁସାରେ ସଂପୃକ୍ତ ରୋଗୀଙ୍କ ଅପରେସନ ସେହିଦିନର ଶେଷ ଅପରେସନ କିମ୍ବା କେବଳ ଶନିବାର ହେବା କଥା। ଅପରେସନ ନେଇ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଅନୁମତି ଓ ଅପରେସନ ପରେ ସେହି ରୁମକୁ ମଧ୍ୟ ବନ୍ଦ କରିବା ମଧ୍ୟ ନିୟମ ରହିଛି। ହେଲେ ସମସ୍ତ ନିୟମକୁ ବେଖାତିର କରି ଦନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ ସ୍ୱାଇଁ ରୋଗୀର ଅପରେସନ କରିଛନ୍ତି। ଘଟଣା ପ୍ରଘଟ ହେବା ପରେ ସଂପୂର୍ଣ୍ଣ ବିଭାଗକୁ ବନ୍ଦ କରାଯାଇ ଷ୍ଟେରିଲାଇଜ କରାଯାଇଛି। ମେଡିକାଲ କର୍ତ୍ତୃପକ୍ଷ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର କହିଛନ୍ତି, ପ୍ରୋଟୋକଲ ହିସାବରେ ଚିକିତ୍ସା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.