ରାଜନଗରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା, ପ୍ରତିବାଦରେ ଦୋକାନବଜାର ବନ୍ଦ

କେନ୍ଦ୍ରାପଡା: ରାଜନଗରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଉତ୍ତେଜନା ବୃଦ୍ଧି। ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରାଯାଇଛି। ଏନେଇ ଦୋକାନବଜାର ବନ୍ଦ ସହ ପ୍ରତିବାଦ ମଧ୍ୟ କରାଯାଇଛି। ବିିଜୁ ସ୍ମୃତି ସଂସଦ ପରିସରରେ ଥିବା ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଉତ୍ତେଜନା ଦେଖାଯିବା ପରେ ସ୍ମୃତି ସଂସଦ ପରିସରକୁ ପ୍ରଶାସନ କବଜାକୁ ନେଇଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନଗର ଥାନାରେ ୩ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଦାବି କରିଛି।