ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ସିଏ ଅଦୃଶ୍ୟର ‘ଦେବୀ’, ପୂଜା ନୁହେଁ ଲୋଡେ ସମ୍ମାନ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ଅଧିକାର ପାଇଁ ଏହା ଏକ ଅଭିଯାନ। ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଥିମ ସହିତ ପାଳନ କରାଯାଏ । ଚଳିତବର୍ଷର ଥିମ ରହିଛି 'Invest in Women: Accelerate Progress' (ମହିଳାଙ୍କ ଠାରେ ନିବେଶ, ପ୍ରଗତି ତ୍ବରାନିତ୍ବ)।

ଭୁବନେଶ୍ୱର (କେନ୍ୟୁଜ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ଅଧିକାର ପାଇଁ ଏହା ଏକ ଅଭିଯାନ। ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଥିମ ସହିତ ପାଳନ କରାଯାଏ । ଚଳିତବର୍ଷର ଥିମ ରହିଛି ‘Invest in Women: Accelerate Progress’ (ମହିଳାଙ୍କ ଠାରେ ନିବେଶ, ପ୍ରଗତି ତ୍ବରାନିତ୍ବ)। ସମାଜରେ ସମସ୍ତଙ୍କୁ ସମାନ ଅଧିକାର ଏବଂ ସମ୍ମାନ ମିଳିବା ଉଚିତ । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହା ସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।

ପୂର୍ବରୁ ମହିଳାମାନଙ୍କୁ ଘରର ଚାରିକାନ୍ଥ ମଧ୍ୟରେ ରଖାଯାଉଥିଲା । କିନ୍ତୁ ଆଜିର ସମୟରେ ମହିଳାମାନଙ୍କ ପ୍ରତି ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ପୁଅଙ୍କଠୁ ଦୁଇ ପାଦ ଆଗରେ ମହିଳା । ଆଜିର ଦିନରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଠାରେ ମହିଳାମାନେ ପହଞ୍ଚି ପାରିନାହାନ୍ତି । ସେମାନଙ୍କର ବଳିଦାନ, ସଂଘର୍ଷ ଏବଂ ତ୍ୟାଗର କାହାଣୀ ଲେଖି ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ। ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ ।

ଆମେରିକାରେ କାର୍ଯ୍ୟ କରୁଥୁବା ମହିଳାମାନେ ସେମାନଙ୍କର ଅଧିକାର ପାଇଁ ମାର୍ଚ୍ଚ ୮ ତାରିଖରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଆମେରିକାର ସମାଜବାଦୀ ପାର୍ଟି ୧୯୦୮ ମସିହାରେ ନ୍ୟୁୟର୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମ୍ମାନିତ କରିବା ପାଇଁ ଏହି ଦିନକୁ ବାଛିଥିଲା । ଜାତିସଂ ଘ ପକ୍ଷରୁ ୧୯୭୫ ମସିହା ଠାରୁ ପ୍ରତିବର୍ଷ ଆଜିର ତାରିଖ ଅର୍ଥାତ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି ।୧୯୯୬ ରେ ପ୍ରଥମ ଥର ଥିମକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.