ଆଉ ୨ ଦିନ ବର୍ଷା, ଆସନ୍ତା ସପ୍ତାହରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଆଉ ଦୁଇ ଦିନ ବର୍ଷା। ୧୧ରୁ ବଢ଼ିବ ତାତି। ଗତକାଲି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି। ୧୧ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ବଢିବ ତାତି।

ଭୁବନେଶ୍ୱର (କେନ୍ୟୁଜ): ଆଉ ଦୁଇ ଦିନ ବର୍ଷା । ୧୧ରୁ ବଢ଼ିବ ତାତି । ଗତକାଲି ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର , କଟକ, କନ୍ଧମାଳ, କଳାହାଣ୍ଡି , ରାୟଗଡ଼ା , ନବରଙ୍ଗପୁର ଓ କୋରାପୁଟର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରୁ ପାଗରେ ପରିବର୍ତ୍ତନ ହେବ । ବଢିବ ତାତି । ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଆସନ୍ତା ସପ୍ତାହରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.