ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଆଖଣ୍ଡଳମଣି ଓ ବାବା ଲୋକନାଥଙ୍କ ପୀଠ

ଆଜି ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଭୋର ୪ଟା ୩୦ମିନଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ ।

ପୁରୀ / ଭଦ୍ରକ (କେନ୍ୟୁଜ): ଆଜି ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଭୋର ୪ଟା ୩୦ମିନଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯାଇ ପ୍ରଥମେ ମଙ୍ଗଳ ଆରତୀ ପରେ କନିକା ରାଜା ଓ ପାଳିଆ ସେବାୟତଙ୍କ ପହିଲି ଭୋଗ ଲାଗି କରାଯାଇଥିଲା। ହଜାର ହଜାର ଭକ୍ତ ବ୍ୟାରିକେଡ଼ରେ ଆସି ବାବାଙ୍କୁ ଦର୍ଶନ କରୁଛନ୍ତି । ଶ୍ରଦ୍ଧାଳୁମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ଜଣେ ଅତିରିକ୍ତ ଏସପି, ଛଅ ଜଣ ଡ଼ିଏସପିଙ୍କ ସମେତ ଷୋହଳ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ସେହିପରି ଜାଗର ପାଇଁ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଲୋକନାଥଙ୍କ ନୀତିକାନ୍ତି ସଅଳ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାତି ୧୨ଟାରୁ ଦ୍ବାର ଫିଟା ପରେ ମଙ୍ଗଳ ଆଳତୀ, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା କରାଯାଇ ବାବା ଲୋକନାଥଙ୍କ ନୀତିକାନ୍ତି ବଢିବା ପରେ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶନିବାର ହରିହର ଭେଟ ଏବଂ ଭୋର ୪ଟାରୁ ମହାଦୀପ ଉଠିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.