ଆଇବ୍ରୋ ଥ୍ରେଡିଂ ପରେ କଣ କରିବେ ନାହିଁ ? ଜାଣନ୍ତୁ ନହେଲେ ଭୋଗିପାରନ୍ତି ଏହି ସମସ୍ୟା

ଆଇବ୍ରୋ ଥ୍ରେଡିଂ ପରେ କଣ କରିବା ଉଚିତ୍ ନୁହେଁ ? ଆସନ୍ତୁ ଜାଣିବା …

ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଆଖି । ସେଥିପାଇଁ ଆମେ ଆଖିର ଯତ୍ନ ନେବାକୁ କେବେ ଭୁଲନ୍ତିନି । କିନ୍ତୁ ଏହି ଆଖିର ଯତ୍ନ ନେବାରେ ସାମନ୍ୟ ଟିକିଏ ଅବହେଳା କରିଲେ ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ । ତେବେ ଏହି ଆଖିର ସୌନ୍ଦଯ୍ୟର୍ ବୃଦ୍ଧି ପାଇଁ ଆମେ ଆଇବ୍ରୋ ଥ୍ରେଡିଂ କରିଥାଉ । ଆଇବ୍ରୋ ଥ୍ରେଡିଂ ପରେ ମହିଳାମାନେ ପ୍ରାୟତଃ ଆଖିର ଚାରିପାଖରେ କୁଣ୍ଡେଇ ହେବା ଏବଂ ଜଳିବା ଅନୁଭବ କରନ୍ତି । ବେଳେବେଳେ ଏହା ଆପଣଙ୍କୁ ଦୀର୍ଘ ସମୟ ପାଇଁ ବ୍ୟଥିତ କରେ ଏବଂ ଏହା ସହ ରେଡ୍‌ନେସ୍‌ ସ୍ପଷ୍ଟ ଦେଖାଯାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଆଇବ୍ରୋ ଥ୍ରେଡିଂ ପରେ କିଛି ଜିନିଷର ଯତ୍ନ ନିଅନ୍ତି, ତେବେ ଆପଣ ଏହିପରି ଅସୁବିଧାକୁ ଏଡାଇ ପାରିବେ । ଏହା ବ୍ୟତୀତ, କିଛି ଟିପ୍ସ ଅଛି ଯାହା ଆଇବ୍ରୋ ଥ୍ରେଡିଂ ପରେ କୁଞ୍ଚିବା, ଜଳିବା ଏବଂ ରେଡ୍‌ନେସ୍‌କୁ ହ୍ରାସ କରିପାରେ । ତେବେ ଆସନ୍ତୁ ପ୍ରଥମେ ଜାଣିବା

ଆଇବ୍ରୋ ଥ୍ରେଡିଂ ପରେ କଣ କରିବା ଉଚିତ୍ ନୁହେଁ ?
ଆଇବ୍ରୋ ଥ୍ରେଡିଂ ପରେ କଣ କରିବେ ନାହିଁ?
1. ପରବର୍ତ୍ତୀ 20 ମିନିଟ୍ ପାଇଁ ମୁହଁରେ ପାଣି ବ୍ୟତୀତ ଅନ୍ୟ କିଛି ପ୍ରୟୋଗ କରନ୍ତୁ ନାହିଁ ।
2. କୌଣସି ଅଗ୍ନି ଏବଂ ରୋଷେଇ ଭଳି ଜିନିଷଠାରୁ ଦୂରରେ ରୁହନ୍ତୁ । ଉତ୍ତାପ ହେତୁ ଏହା ଲାଲ ରଙ୍ଗ ଏବଂ କୁଞ୍ଚନ ବୃଦ୍ଧି କରିପାରେ ।
3. ଆଇବ୍ରୋ ଥ୍ରେଡିଂ ପରେ ମୁହଁରେ ସାବୁନ ଲଗାଇବା ଠାରୁ ଦୂରେଇ ରୁହନ୍ତୁ ।
4. ଆଇବ୍ରୋ ଥ୍ରେଡିଂ ପରେ କୌଣସି ମେକଅପ୍ ନିଅନ୍ତୁ ନାହିଁ ।
5. ସିଧାସଳଖ ସୂର୍ଯ୍ୟ କିରଣରୁ ଦୂରେଇ ରୁହନ୍ତୁ, ଏହା ପୋଡ଼ାଜଳା ଏବଂ କୁଞ୍ଚନ ବୃଦ୍ଧି କରିଥାଏ ।

ଆଇବ୍ରୋ ଥ୍ରେଡିଂ ପରେ ଆଇବ୍ରୋରେ କ’ଣ ଲଗାଇବେ ? ଆସନ୍ତୁ ଜାଣିବା …
– ଆଇବ୍ରୋ ଥ୍ରେଡିଂ ପରେ ପ୍ରଥମେ ଆଇବ୍ରୋ ଉପରେ ଗୋଲାପ ଜଳ ଲଗାନ୍ତୁ ।
– ଏହାପରେ ଆପଣ ଆଲୋଭେରା ଜେଲ୍ କିମ୍ବା ଚନ୍ଦନ ପେଷ୍ଟ ଲଗାଇ ପାରିବେ । ଏହାକୁ ଲଗାଇବା ଦ୍ୱାର ଥଣ୍ଡା ହୋଇ ଜଳା ପୋଡ଼ା କମାଇଥାଏ ।
– ଆଇବ୍ରୋ ଥ୍ରେଡିଂ ପରେ, ଏଥିରେ ନଡ଼ିଆ ତେଲ ଲଗାନ୍ତୁ ଯାହା କୁଣ୍ଡେଇ ହେବା ଏବଂ ରେଡ୍‌ନେସ୍‌ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଏସବୁ ବ୍ୟତୀତ, ଲାଲ ରଙ୍ଗ କମାଇବା ପାଇଁ ଗୋଟିଏ ଜିନିଷ ହେଉଛି ରୁମାଲ ନେଇ ସେଥିରେ କିଛି ବରଫ ରଖିବା । ଏହା ପରେ ଏହାକୁ ତୁମ ଆଖି ଆଇବ୍ରୋ ଚାରିପାଖରେ ଲଗାଇବେ । କିଛି ସମୟ ଏହା କରିବା ଦ୍ୱାରା ଆପଣ ଆରାମ ଅନୁଭବ କରିବେ ଏବଂ ଜଳାପୋଡ଼ା ଏବଂ କୁଣ୍ଡେଇ ହେବା କମିଯିବ । ତେଣୁ, ଆପଣ ମଧ୍ୟ ଥ୍ରେଡିଂ ପରେ ଏହି ଟିପ୍ସ ଗ୍ରହଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.