ଆଜି ପବିତ୍ର ମହାଶିବରାତ୍ରୀ, ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଗହଳିଚହଳି

ଆଜି ମହାଶିବରାତ୍ରୀ। ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ଏକାମ୍ର କ୍ଷେତ୍ର ଉତ୍ସବମୁଖରିତ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ମହାଶିବରାତ୍ରୀ। ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ଏକାମ୍ର କ୍ଷେତ୍ର ଉତ୍ସବମୁଖରିତ । ଭୋରରୁ ଆରମ୍ଭ ହୋଇଛି ସାହାଣ ମେଲା ଦର୍ଶନ । ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡରେ ଧାଡିରେ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ୪ ଟି ସିଫ୍ଟରେ ପୋଲିସ ଜଗିବେ । ମୁତୟନ ହୋଇଛନ୍ତି ୨୨ ପ୍ଲାଟୁନ ପୋଲିସ ଫୋର୍ସ। ଜାଗର ପାଇଁ ସ୍ବତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ହୋଇଛି।

ସେହିପରି ପୁରୀର ବାବା ଲୋକନାଥଙ୍କ ପୀଠ, କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ମନ୍ଦିର, ଆଠଗଡ଼ର ବାବା ଧବଳେଶ୍ବରଙ୍କ ପୀଠରେ ଉତ୍ସବମୁଖର ପରିବେଶ । ରାଜ୍ୟର ବିଭିନ୍ନ ଶିବାଳୟରେ ଜାଗର ପାଇଁ ମହା ଆୟୋଜନ କରାଯାଇଛି । ଦେବ ଦେବ ମହାଦେବଙ୍କ ନିକଟରେ ଦୀପ ଜାଳି ପରିବାର ଓ ଆତ୍ମୀୟଙ୍କ ମଙ୍ଗଳ ମନାସୁଛନ୍ତି ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.