ମଦନିଶାର କରୁଣ ପରିଣତି, ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼(କେନ୍ୟୁଜ) : ମଦନିଶାର କରୁଣ ପରିଣତି। ନିଶାରେ ଚୁର ହୋଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ତିନିଦିନ ଧରି ଘରେ ମୃତଦେହ ପଡ଼ି ରହିବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅରଘାଟ ଗାଁ ଗୋପୀସାହିରେ ଘଟିଛି ଅଭାବନୀୟ ଘଟଣା।

sng

ପ୍ରାଥମିକ ତଦନ୍ତ ଅନୁସାରେ, ଗତ କିଛିଦିନ ଧରି ସ୍ୱାମୀ ଶଙ୍କର ମୁଣ୍ଡା ଓ ସ୍ତ୍ରୀ ସୁରୁମତି ମୁଣ୍ଡା ମଧ୍ୟରେ କଳି ଲାଗି ରହିଥିଲା। ଶୁକ୍ରବାର ରାତିରେ ଉଭୟଙ୍କ ମଧ୍ୟରେ ପୁଣି ବଚସା ହେବା ପରେ ନିଶାସକ୍ତ ସ୍ତ୍ରୀ ସ୍ୱାମୀକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଶଙ୍କର ମୁଣ୍ଡାର ପ୍ରାଣବାୟୁ ଉଡ଼ିଯାଇଥିଲା। କେଉଁଥିରେ ଓ କିପରି ଆକ୍ରମଣ କଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ।