ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କୁ ତଣ୍ଟି ଚିପି ହତ୍ୟା ଘଟଣା: ଆଜି ପଡୋଶୀ ଓ ଘର ମାଲିକଙ୍କ ବୟାନ ରେକର୍ଡ କରିବ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କୁ ତଣ୍ଟି ଚିପି ହତ୍ୟା ଘଟଣାରେ ଚାଲିଛି ତଦନ୍ତ। ଶୁଭଶ୍ରୀଙ୍କ ମୋବାଇଲକୁ ରାଜ୍ୟ ଫରେନସିକ ଲାବକୁ ପଠାଇବ ପୋଲିସ୍। ମୋବାଇଲ ନମ୍ବରର ସିଡିଆର ଯାଞ୍ଚ କରାଯିବ।

ଶେଷରେ ସେ କାହାକୁ କଲ କରିଥିଲେ, କେତେ ସମୟ କଥା ହୋଇଥିଲେ ରିପୋର୍ଟ ଆସିଲେ ଜଣାପଡିବ। ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଆପେକ୍ଷା କରିଛି ପୋଲିସ୍। ଆଜି ଆଖ ପାଖ ପଡୋଶୀ ଓ ଘର ମାଲିକଙ୍କ ବୟାନ ରେକର୍ଡ କରିବ ପୋଲିସ୍।  ଶାସ୍ତ୍ରୀ ନଗରର ସମସ୍ତ ସିସିଟିଭିକୁ ଯାଞ୍ଚ କରିବ ପୋଲିସ୍। ଶୁଭଶ୍ରୀଙ୍କୁ କିଏ ହତ୍ୟା କଲା ଏବେ ବି ରହସ୍ୟ ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.