କୁଆଖାଇରେ ବୁଡ଼ି ଯାଇଥିବା ଦ୍ୱିତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ(କେନ୍ୟୁଜ୍): ଉଦ୍ଧାର ହେଲା କୁଆଖାଇରେ ବୁଡ଼ି ଯାଇଥିବା ନାବାଳକର ମୃତଦେହ । ବହୁ ଖୋଜାଖୋଜି ପରେ ମୃତଦେହକୁ ଆଜି ସକାଳୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍‌ । ମୃତକଙ୍କ ନାଁ ଋତୁ ରଞ୍ଜନ ମାଝି । ଗତକାଲି ଗଣେଶ ପୂଜାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ ସାଙ୍ଗ କଟକ ପ୍ରତାପନଗରୀ ନିକଟରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା ।

ସେଲ୍‌ଫି ନେଉଥିବା ସମୟରେ ସେମାନେ ନଦୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ଜଣ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି ପରେ ଆଶୁତୋଷ ପାଲ ନାମକ ବାଳକଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବାବେଳେ ଆଜି ସକାଳେ ଋତୁ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.