ପୋଲିସ କବଜାରେ ଇରାନୀ ଗ୍ୟାଙ୍ଗ: ଧରାପଡ଼ିଲେ ୪ ଚୋର, ୫ ବାଇକ ଓ ୧୭ଟି ସୁନା ଚେନ ଜବତ

ଭୁବନେଶ୍ୱର (କେନ୍ୟୁଜ): ସ୍ପେଶାଲ ସ୍କ୍ଵାଡ ହାତରେ ଇରାନୀ ଗ୍ୟାଙ୍ଗ୍‌। ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ, ୧୭ ସୁନା ଚେନ୍‌ ଜବତ କରିଛି ପୋଲିସ। ଆନ୍ଧ୍ର ପୋଲିସ ଏମାନଙ୍କୁ ୬ ମାସ ହେଲା ଖୋଜୁଥିଲା । କେବଳ କମିଶନରେଟ ପୋଲିସ ଅଞ୍ଚଳରେ ଏମାନଙ୍କ ନାଁରେ ରହିଛି ୨୦ରୁ ଅଧିକ ମାମଲା। ବାଇକରେ ବୁଲି ବୁଲି ଜାତୀୟ ରାଜପଥରେ ଯାଉଥିବା ମହିଳା ଓ ଏକାକୀ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ପାଣିକୋଇଲି ଓ ଭଦ୍ରକ ପୋଲିସରେ ରହିଛି ଏମାନଙ୍କ ନାଁରେ ଲମ୍ବା ତାଲିକା ।

ଇରାନର ଏହି ଚୋରଙ୍କୁ ଧରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ଏମାନଙ୍କ ପୂର୍ବ ପୁରୁଷ ମାନେ ଇରାନରୁ ଆସି ଭାରତର ବିଭିନ୍ନ ଅଞ୍ଚଳରେ ରହି ଚୋରି କରୁଥିଲେ। କୌଳିକ ବୃତ୍ତି ଭାବେ ଏହି ଚୋର ମାନେ ପ୍ରଥମେ ଝାଡ଼ଖଣ୍ଡ, ଏମ.ପି, ବିହାର, ୟୁପି ଅଞ୍ଚଳରେ ଚୋରି କରିବା ପରେ ଓଡିଶା ଓ ୱେଷ୍ଟବେଙ୍ଗଲ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.