ବୌଦ୍ଧରେ ଆଇଆରବି ପରୀକ୍ଷା ବେଳେ ଅଘଟଣ : ଜଣେ ପ୍ରାର୍ଥୀ ମୃତ, ୨ଗୁରୁତର

ବୌଦ୍ଧ (କେନ୍ୟୁଜ୍) : ଆଇଆରବି ପରୀକ୍ଷା ଚାଲିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୌଡ଼ ପରୀକ୍ଷା ପାଇଁ ୫ କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଆଉ ୨ ଶହ ମିଟର ବାକି ଥିବା ବେଳେ ୩ ଜଣ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ସୋରଡା ଗାଁର ପ୍ରବାସୀ ନାୟକଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ ଗେଲେଇକୁଟୁଣୀ ଗାଁର କୁନା ନାୟକ ଓ ବୌଦ୍ଧ କରଡି ଗାଁର ପ୍ରଭାତ କୁମାର ସାହୁ ଏବେ ଚିକିତ୍ସାଧୀନ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.