ଖୋଲାଗଲା କୋଣାର୍କ ମନ୍ଦିରରେ ଲଗାଯାଇଥିବା ଲୁହା ରଡ୍‌

ଖୋଲାଗଲା କୋଣାର୍କ ମନ୍ଦିରରେ ଲଗାଯାଇଥିବା ଲୁହା ରଡ୍‌ । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ବଦଳରେ ସାଧା ପଥର ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସଂସ୍କୃତି ସଚିବ ମନୋରଞ୍ଜନ ମିଶ୍ର କହିଛନ୍ତି, ମନ୍ଦିର ପ୍ରତି କୌଣସି ବିପଦ ନାହିଁ । ବିଭିନ୍ନ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଏଏସ୍‌ଆଇ ସହ ଆଲୋଚନା କରାଯାଇଛି । କାରୁକାର୍ଯ୍ୟ ସ୍ଥାନରେ କିଛି ସ୍ଥାନରେ ସାଧା ପଥର ଲଗାଯାଇଛି । ଏଏସ୍‌ଆଇ କହିବା ଅନୁସାରେ ବହୁ ଆଗରୁ ଏହି ସାଧା ପଥର ଲାଗିଛି । ନେସନାଲ କଞ୍ଜରଭେସନ୍‌ ପଲିସି ଅନୁସାରେ ଏହି ପଥର ଲଗାଯାଇଛି । ଏହି ପଥର କେବଳ ସପୋର୍ଟ ପାଇଁ ଲଗାଯାଇଛି । ଏନେଇ ଆଲୋଚନା କରାଯିବ । କୋଣାର୍କ ମନ୍ଦିରର ସଂପୂର୍ଣ୍ଣ ଦାୟିତ୍ୱ ଏଏସ୍‌ଆଇର । ମରାମତି କାମ ସେମାନେ ତଦାରଖ କରୁଛନ୍ତି ବୋଲି କହିଛନ୍ତି ସଂସ୍କୃତି ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.