ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଲଘୁଚାପ ବର୍ଷାରେ ଭିଜୁଛି ସାରା ରାଜ୍ୟ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ କେଉଁଠି ମୂଷଳଧାରାରେ ତ ଆଉ କେଉଁଠି ଅବିଶ୍ରାନ୍ତ ବର୍ଷା ହେଉଛି । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ତୁହାକୁ ତୁହା ବର୍ଷା ଜାରି ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ରାଜ୍ୟ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ କେଉଁଠି ମୂଷଳଧାରାରେ ତ ଆଉ କେଉଁଠି ଅବିଶ୍ରାନ୍ତ ବର୍ଷା ହେଉଛି । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ତୁହାକୁ ତୁହା ବର୍ଷା ଜାରି ରହିଛି । ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୧୦ ଜିଲ୍ଲା କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ନବରଙ୍ଗପୁର ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ। ବର୍ଷା ଲାଗି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଖାଲୁଆ ଅଞ୍ଚଳରେ ପାଣି ଜମିଛି । ଆଜି ଅଧିକ ଘନୀଭୂତ ହେବ

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ। ଏହାର ପ୍ରଭାବରେ ୩ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୬ ତାରିଖ ଯାଏ ବର୍ଷା ଜାରି ରହିବ । ଗତ ୨୪ ଘଣ୍ଟାରେ ଗୋପାଳପୁରରେ ସର୍ବାଧିକ ୭୪.୨ ମିଲିମିଟର, ନବରଙ୍ଗପୁରରେ ୭୨ ମିଲିମିଟର, ଛତ୍ରପୁରରେ ୫୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଘୁଚାପ ୨ଦିନ ଧରି ଓଡ଼ିଶା ଓ ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.