ଆଜିଠୁ ବର୍ଷା: ୪ ଦିନ ଯାଏ ଭିଜିବ ରାଜ୍ଯର ବିଭିନ୍ନ ସ୍ଥାନ, ଚାଷୀ ମୁଣ୍ଡରେ ପୁଣି ଚଡକ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ପୁଣି ଭିଜିବ ଓଡ଼ିଶା। ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷିବ। ତେବେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ପ୍ରବଳ ବର୍ଷା ପାଇଁ ୧୨ ତାରିଖରେ ୭ଟି ଓ ୧୩ରେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଦିନିଆ ବର୍ଷାରେ କୃଷି କ୍ଷେତ୍ର ତଥା ଉଦ୍ୟାନ କୃଷି ଫସଲରେ ବିଶେଷ କ୍ଷୟକ୍ଷତିର ସମ୍ଭାବନା ଥିବାରୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି। ଏହି ଅଦିନିଆକୁ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି।