ଆସନ୍ତା ୧୮ରୁ ପୁଣି ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟ। ପଶ୍ଚିମ ହିମାଳୟ ଅଞ୍ଚଳରୁ ଆସୁଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ବର୍ଷା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

୧୮ ଓ ୧୯ ତାରିଖରେ ଲାଗି ରହିବ ବର୍ଷା। ଏହାର ପ୍ରଭାବରେ ରାତିର ତାପମାତ୍ରା ବୃଦ୍ଧି ଘଟିବ। ସ୍ୱାଭାବିକ ତାପମାତ୍ରା ଠାରୁ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ବର୍ତ୍ତମାନ ଅନୁଭୂତ ହେଉଥିବା ଶୀତ ମଧ୍ୟ କମିବ। ଆଗାମୀ ୩ଦିନ ଯାଏ ପାଗରେ ହେବନି ପରିବର୍ତ୍ତନ। ସେପଟେ ଗତକାଲି ତୁଳନାରେ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିଛି। ଆଭ୍ୟନ୍ତରୀଣ ଓଡିଶାରେ ୩ ଡିଗ୍ରୀ ପର୍ଯ୍ୟନ୍ତ ଓ ପ୍ରାୟ ଅଞ୍ଚଳରେ ୧ରୁ ୨ଡିଗ୍ରୀ ବୃଦ୍ଧି ପାଇଛି ତାପମାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.