ବସି ବସି ହିଁ କମାଇପାରିବେ ଲକ୍ଷ ଲକ୍ଷ ଟଙ୍କା, ବାସ୍‌ ତରିକା ଜାଣନ୍ତୁ

କିଛି ହିଁ ଦିନରେ ଇନଷ୍ଟାଗ୍ରାମ ବହୁତ ପପୁଲାର ହୋଇଗଲାଣି। ଫେସବୁକ ପରେ ଫଟୋ ସେୟାରିଙ୍ଗ ଆପ୍‌ କହିଲେ ଲୋକେ ଇନଷ୍ଟାଗ୍ରାମକୁ ବେଶି ଉପଯୋଗ କରୁଛନ୍ତି। କିନ୍ତୁ ଏବେ ଏହି ଆପ୍‌ କେବଳ ଫଟୋ ସେୟାରିଙ୍ଗ ହୋଇରହିନାହିଁ। ଲୋକମାନେ ଏହା ଜରିଆରେ ରୋଜଗାର ମଧ୍ୟ କରୁଛନ୍ତି। ଫ୍ୟାମିଲୀ ଏବଂ ଫ୍ରେଣ୍ଡସଙ୍କ ସହିତ ସ୍ପେଶାଲ ମୋମେଣ୍ଟସ ସେୟାର କରିବା ବ୍ୟତୀତ ଆପଣ ଏଥିରେ ବିଜନେସ୍‌ ମଧ୍ୟ ପ୍ରମୋଟ କରିପାରିବେ। ଏହାଦ୍ୱାରା ଆପଣ ବହୁତ ଭଲ ରୋଜଗାର ବି କରିପାରିବେ। ତେଣୁ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ କିଛି ଏମିତି ତରିକା ଯାହାଦ୍ୱାରା ଆପଣ ଘରେ ବସି ମଧ୍ୟ ଭଲ ଟଙ୍କା ରୋଜଗାର କରିପାରିବେ।

କୁହାଯାଏ ଯେ ଇନଷ୍ଟାଗ୍ରାମରେ ଇନକମ୍‌ କରିବାକୁ ହେଲେ ଅଧିକ ଫଲୋଅର୍ସର ଆବଶ୍ୟକ ହୋଇଥାଏ। କିନ୍ତୁ ଏମିତି ବିଲକୁଲ ହୋଇନଥାଏ। ୟୁଜର୍ସ କେବଳ କ୍ରିଏଟର ହୋଇ ବ୍ରାଣ୍ଡ କିମ୍ବା କମ୍ପାନୀର ପ୍ରମୋଟ କରି ଟଙ୍କା ରୋଜଗାର କରିପାରିବେ। ଆପଣ ନିଜ ପ୍ରଡକ୍ଟସକୁ ଇନଷ୍ଟାଗ୍ରାମରେ ବିକ୍ରି କରି ମଧ୍ୟ ଇନକମ୍‌ କରିପାରିବେ।

ସୋସିଆଲ ମିଡିଆ ଇନଫ୍‌ଲୁଏନସର ହେବା ସବୁଠାରୁ ବେଷ୍ଟ ଅପ୍ସନ। ଏହାଦ୍ୱାରା ଆପଣଙ୍କୁ ପ୍ରଡକ୍ଟର ଆଡଭରଟାଇଜ୍‌ କରିବା ଦ୍ୱାରା ମଧ୍ୟ ଟଙ୍କା ମିଳିଥାଏ। କିନ୍ତୁ ଏଥିପାଇଁ ଆପଣଙ୍କ ପାଖରେ ଅତି କମରେ ୫ ହଜାର ଫଲୋଅର୍ସ ହେବା ଆବଶ୍ୟକ। ଏହାସହିତ ଏନଗେଜମେଣ୍ଟ ରେଟ ମଧ୍ୟ ଅଧିକ ହେବା ଉଚିତ। ଆପଣ ବ୍ରାଣ୍ଡସକୁ କଣ୍ଟାକ୍ଟ କରି ସ୍ପୋନସର ପୋଷ୍ଟ ବି କରିପାରିବେ।

instaAffiliate Links ଜରିଆରେ ମଧ୍ୟ ଟଙ୍କା ଇନକମ୍‌ କରିପାରିବେ। ସ୍ପୋନସର ପୋଷ୍ଟ ଦ୍ୱାରା ଆପଣଙ୍କୁ ଡାଇରେକ୍ଟ ଟଙ୍କା ମିଳିଥାଏ। କିନ୍ତୁ ଏଫିଲିଏଟ ପୋଷ୍ଟ ଉପରେ ଏହା ନିର୍ଭର କରିଥାଏ ଯେ କେତେ ଲୋକ ଆପଣ ସେୟାର କରିଥିବା ଲିଙ୍କ ଉପରେ କ୍ଲିକ କରି ପ୍ରଡକ୍ଟ କିଣୁଛନ୍ତି।

ଆପଣ ଅନଲାଇନ୍‌ ସପିଙ୍ଗ୍‌ ପେଜ ମଧ୍ୟ ବନାଇପାରିବେ। ବିଲକୁଲ ଇ-କମର୍ସ େଓ୍ଵବସାଇଟ ଭଳି ଆପଣ ଇନଷ୍ଟାଗ୍ରାମରେ ନିଜ ପେଜ ପ୍ରସ୍ତୁତ କରିପାରିବେ। ଏଠାରେ ୟୁଜର୍ସ ଆପଣଙ୍କ ପ୍ରଡକ୍ଟସକୁ କିଣି ଅନଲାଇନ୍‌ ଅର୍ଡର କରିପାରିବେ। ରୋଜଗାର କରିବା ପାଇଁ ଏହା ବି ହେଉଛି ଏକ ବେଷ୍ଟ ଅପ୍ସନ।

ଇନଷ୍ଟାଗ୍ରାମରେ ପ୍ରଡକ୍ଟ ଇନଫୋ ସେୟାର କରି ଟଙ୍କା ଇନକମ୍‌ କରିପାରିବେ। ଆପଣ କୌଣସି ଏକ ଡାଏଟ ପ୍ରୋଗ୍ରାମକୁ ସେୟାର କରିପାରିବେ କିମ୍ବା ଡେଟିିଙ୍ଗ ଆଡଭାଇଜ୍‌ ଦେଇପାରିବେ। ଆପଣ ପ୍ରିମିୟମ ଇନଫୋ ପ୍ରଡକ୍ଟ ଜରିଆରେ ୧୦୦ ଡଲାର ପର୍ଯ୍ୟନ୍ତ ଟଙ୍କା ଇନକମ୍‌ କରିପାରିବେ।

ତେଣୁ ଯେଉଁମାନେ ବି ଘରେ ଖାଲି ବସୁଛନ୍ତି ଏବଂ କିଛି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଯେମିତି ନିଜର ଖର୍ଚ୍ଚ ମେଣ୍ଟାଇବା ସହ ଘରକୁ କିଛି ଆର୍ଥିକ ସହାୟତା ଯୋଗାଇବେ ସେମାନେ ଏହି ସବୁ ତରିକାରେ ଟଙ୍କା ରୋଜଗାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.