କାଜୁରେ ଜଗନ୍ନାଥ, ସାବୁନରେ ମାଆ କଟକଚଣ୍ଡୀ: ଚର୍ଚ୍ଚାରେ ଭିନ୍ନ ଏକ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ

କଟକ: କାଜୁରେ ଜଗନ୍ନାଥ, ସାବୁନରେ ମାଆ କଟକଚଣ୍ଡୀ । ଚର୍ଚ୍ଚାରେ ଭିନ୍ନ ଏକ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ । କଟକରେ ରୁହନ୍ତି କେନ୍ଦ୍ରାପଡାର ମନୋଜ । ପିଲାଙ୍କୁ ଟ୍ୟୁସନ କରନ୍ତି । ଲକ୍‌ଡାଉନରେ ସମୟକୁ ଅପଚୟ ନକରି କଣ କରିବେ ବୋଲି ଭାବୁ ଭାବୁ ପାଲଟି ଯାଇଛନ୍ତି ଜଣେ ଭିନ୍ନ ଧରଣର ଚିତ୍ରକର ।

artistକାଜୁରେ ଜଗନ୍ନାଥ,ସାବୁନରେ କଟକଚଣ୍ଡୀ ଏବଂ ଗୁଆରେ କରିଛନ୍ତି ଲକ୍ଷ୍ମୀଙ୍କ ଚିତ୍ର । ସାବୁନରେ ଠାକୁରଙ୍କ ଚିତ୍ର ଆଙ୍କିବାକୁ ଲାଗିଥାଏ ପ୍ରାୟ ଘଣ୍ଟାଏ । ଅନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟ ଦୁଇ ଘଣ୍ଟାରେ କରିଥାନ୍ତି । ନିଜର ନିଆରା କଳାକୃତି ପାଇଁ ବେଶ ପ୍ରଶଂସା ସାଉଁଟୁଛନ୍ତି ମନୋଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.