ଜୟପୁର : ତିନି ଦିନରେ ଚାଲିଗଲେ ଦୁଇ ପୁଅ ଓ ବାପା, ଘରେ ତିନି ବିଧବା ଓ ଦୁଇ ଶିଶୁ

ଜୟପୁର (କେନ୍ୟୁଜ୍‌) : ତିନି ଦିନରେ ଡକାଡକି ହୋଇ ଚାଲିଗଲେ ପରିବାରର ତିନି ସଦସ୍ଯ । ଆଉ ସମସ୍ତେ ହେଉଛନ୍ତି ପୁରୁଷ । ଏକାଠି ବିଧବା ହୋଇଗଲେ ଶାଶୁ ଆଉ ଦୁଇ ବୋହୂ । ବାପା ଛେଉଣ୍ଡ ହୋଇଗଲେ ଦୁଇ ସନ୍ତାନ । କୋଭିଡରେ ସକ୍ରମିତ ହୋଇ କୋରାପୁଟ ଜୟପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେହି ଅବସ୍ଥାରେ ମୃତ୍ୟୁ ବରଣ କଲେ ବଡଭାଇ କୈଳାସ ନାୟକ । ଦିନକ ପରେ ସେହି ଚିକିତ୍ସାଳୟରେ ଚାଲିଗଲା ସାନଭାଇ ଖଗେଶ୍ଵରଙ୍କ ଜୀବନ । ସେପଟେ ଦୁଇ ଦିନରେ ଦୁଇ ପୁଅଙ୍କୁ ହରାଇ ଘରର ମୁଖିଆ ବାପା ହରିହର ଖୁବ୍‌ ଆଘାତ ପାଇଲେ । ସେ ବି ଆଖି ବୁଜିଦେଲେ ।

JAYPUR-1

ଏଭଳି ଏକ ଦୁଖଃଦ ଘଟଣାରେ ଜୟପୁର ଡାଙ୍ଗରା ଗାଁ ଏବେ ସ୍ତବ୍ଧ ହୋଇଯାଇଛି । କୋରୋନା ଯେ କେତେ ମାରାତ୍ମକ ତାହା ଆଖି ଆଗରେ ଦେଖିଛନ୍ତି ଗ୍ରାମବାସୀ । ତେବେ ଏଇ ଘଟଣା ପରେ ଗତକାଲି ଜୟପୁର ବିଡିଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗାଁରେ ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି । ଘରେ ଆଉ କେହି ରୋଜଗାରିଆ ନଥିବାରୁ ଏହି ପରିବାରକୁ ସରକାରୀ ସୁବିଧା ଓ ଅତି ଶୀଘ୍ର ତିନି ଜଣଙ୍କୁ ବିଧବା ଭତ୍ତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜୟପୁର ବିଡ଼ିଓ ।

ସେପଟେ ଦୁଇ ନାବାଳକଙ୍କୁ ସମସ୍ତ ପ୍ରମାଣପତ୍ର ସହ ରାଜ୍ଯ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇ ଆର୍ଥିକ ସହାୟତା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.