Below header

ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ପୁରୀ ଶ୍ରୀମନ୍ଦିର, ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ଭିତର ଓ ବାହାର ପରିବେଶକୁ କରାଯାଇଛି ସାନିଟାଇଜ୍‌

ପୁରୀ: ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତର ଓ ବାହାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଇଛି। ଗତ ୨୧ ତାରିଖଠାରୁ ବିନା କୋବିଡ୍‌ ରିପୋର୍ଟରେ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ କରୁଥିବାରୁ ସାନିଟାଇଜ୍‌ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି। ୭ଟା ପରେ ସାଧାରଣ ଭକ୍ତ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି। ସେହିପରି ଦିବ୍ୟାଙ୍ଗ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭକ୍ତମାନେ ହାତ ସାନିଟାଇଜ୍‌ କରିବା ସହ ସାମାଜିକ ଦୂରତା ରକ୍ଷା କିରବା ଓ ଦେବାଦେବୀଙ୍କୁ ସ୍ପର୍ଶ ନକରିବା ଭଳି ସମସ୍ତ SOP ପାଳନ କରୁଛନ୍ତି। ଆସନ୍ତାକାଲିଠୁ ଦର୍ଶନ ପୁଣି ସ୍ୱାଭାବିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.