ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି: ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍‌ ଡ୍ରେସ୍‌ ରିହରସଲ୍ କରିଛନ୍ତି ୧୪ଟି ଟ୍ରୁପ୍‌

ଭୁବନେଶ୍ୱର: ଆଉ ଦିନକ ପରେ ସାଧାରଣତଦନ୍ତ୍ର ଦିବସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି । ଏନେଇ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍‌ ଡ୍ରେସ୍‌ ରିହରସଲ କରାଯାଇଛି । ଚଳିତ ପରେଡରେ ଭାଗ ନେବେ ୧୪ଟି ଟ୍ରୁପ୍‌ । ପରେଡ ସ୍ଥଳରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପରେଡ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥର କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ଦର୍ଶକଙ୍କୁ ପରେଡ ସ୍ଥଳକୁ ଆସିବାକୁ ମନା କରାଯାଇଛି । ଏଥରର ରାଜ୍ୟସ୍ତରୀୟ ପରେଡର ନେତୃତ୍ୱ ନେବେ ଆଇପିଏସ୍‌ ଏସ. ସୁଶ୍ରୀ । ପରେଡ ସ୍ଥଳରେ ସିସିଟିଭି ଲଗାଯାଇଥିବା ବେଳେ ବାରିକେଡର ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.