ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ, ଇଡିକୁ ବୁଲାଉଛନ୍ତି ଭୂଆଁ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ । ଇଡିକୁ ଭୂଆଁ ବୁଲାଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ଇଡିକୁ କୌଣସି ବି ତଥ୍ୟ ଦେଉନି । ଏପରିକି ବଡବଡିଆଙ୍କ ସହ ତାର ଫୋଟୋକୁ ମଧ୍ୟ ଜାଣିନି ବୋଲି କହୁଛି । ଜଗବନ୍ଧୁର କୁଆଡେ କିଛି ମନେ ପଡୁନି । ଗତକାଲି ଜଗବନ୍ଧୁଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି ।

ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଷ୍ଟେଟ୍‌ ଫରେନସିକ୍‌ ଲ୍ୟାବ୍‌ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ସମ୍ପର୍କରେ ଜେରା ବେଳେ ଜଗବନ୍ଧୁ କିଛି ବି କହୁନାହିଁ । ଏପଟେ ଇଡି ପ୍ରାରମ୍ଭିକ ଚାର୍ଜସିଟ୍‌ ଜାନୁଆରୀ ୧୦ ସୁଦ୍ଧା କୋର୍ଟରେ ଦାଖଲ କରିବା ବୋଲି ସୂଚନା ମିଳୁଛି । ଖଣ୍ଡଗିରି ପୋଲିସ ଅର୍ଚ୍ଚନାଙ୍କ ହାତଲେଖା ନମୁନା ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋକୁ ପଠାଇଥିବା ବେଳେ ଖୁବଶୀଘ୍ର ପ୍ରାରମ୍ଭିକ ଚାର୍ଜସିଟ୍‌ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.