ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ବିଜୟା ଦଶମୀ, ଗତକାଲି ଲାଖବିନ୍ଧା ପଡିଆକୁ ନିଆଯାଇଥିଲା ମାଆଙ୍କ ଚଳନ୍ତି ପ୍ରତିମା

ଯାଜପୁର ଟାଉନ୍(କେନ୍ୟୁଜ୍): ସରିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ଗତକାଲି ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ସମ୍ପନ୍ନ ହୋଇଛି । ରଥଯାତ୍ରା ଶେଷ ହେବା ପରେ ମାଆଙ୍କ ଚଳନ୍ତି ପ୍ରତିମା ରଥ ଅବତରଣ କରିବା ପରେ ଯଥାବିଧି ପୂଜା କରାଯାଇଥିଲା । ଏହା ପରେ ନିଶାର୍ଦ୍ଧରେ ଏକ ବିଶାଳ ପଟୁଆରରେ ମାଆଙ୍କ ଚଳନ୍ତି ପ୍ରତିମାକୁ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା ।

ସେଠାରେ ମାଆଙ୍କ ଚତୁର୍ଦିଗକୁ ସର ନିକ୍ଷେପ କରାଯାଇଥିଲା । ପରେ ନଅରପଦା ଦେଇ ମାଙ୍କ ବିଜେପ୍ରତିମାକୁ ଅଣାଯାଇ ମନ୍ଦିର ପ୍ରବେଶ କରିଥିଲେ । ମାଙ୍କ ଲାଖବିନ୍ଧା ପର୍ବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆଜି ମାଆଙ୍କ ପୀଠରେ ବିଜୟା ଦଶମୀ ପାଳିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.