Below header

ଗାଁ ଲୋକଙ୍କ ମେଳରେ ରାତି କାଟିଲେ ବିଧାୟକ, ବୁଝିଲେ ସମସ୍ୟା

ଯାଜପୁର ଟାଉନ (କେନ୍ୟୁଜ୍‌) : ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁର ଜିଲ୍ଲା ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ସରକାରୀ ଯୋଜନା ଗାଁରେ କେତେ ପହଞ୍ଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ପରେ ଗାଁ ମହିଳାଙ୍କ ହାତ ତିଆରି ରୁଟି ତରକାରୀ ଓ ଭଜା ଖାଇ ଶୋଇଥିଲେ । ସକାଳୁ ଉଠି ସଫେଇ କାମ ରେ ଲାଗିପଡିଥିଲେ । ଏଭଳି ରାତ୍ରିଯାପନ ଫଳରେ ସାଧାରଣ ଲୋକଙ୍କ ନିକଟତର ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.