ଯାଜପୁର ବନମାଳିପୁରରେ ଵୀଭତ୍ସ ହତ୍ୟାକାଣ୍ଡ ଘଟଣା, ପାରିବାରିକ ବିବାଦରୁ ସାନଭାଇକୁ କଟୁରୀରେ ହତ୍ୟା କରିଥିଲା ସଂପର୍କୀୟ ବଡଭାଇ

ଯାଜପରୁ (କେନ୍ୟୁଜ): ସାନଭାଇକୁ କଟୁରୀରେ ହାଣି ହତ୍ୟାକଲା ସଂପର୍କୀୟ ବଡଭାଇ । ହତ୍ୟାକାଣ୍ଡ ପଛରେ ରହିଛି ପାରିବାରିକ ବିବାଦ ଓ ପୂର୍ବ ଶତ୍ରୁତା । ଗତକାଲି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବନମାଳିପୁର ଗାଁରେ ଘଟିଥିଲା ଏହି ଵୀଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ସେହି ଗାଁର ଉତ୍ସବ ସେଠୀ ।

ରାତିରେ ବାଇକ ଯୋଗେ ନଦୀ ବନ୍ଧ ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାର ମୃତଦେହକୁ ଉଦ୍ଧାର କରିଥିଲା ।

ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ହତ୍ୟାକାରୀ ହେଉଛି ତାର ସଂପର୍କୀୟ ବଡଭାଇ ପ୍ରଶାନ୍ତ ସେଠୀ । ପ୍ରଶାନ୍ତକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ହିଁ ଉତ୍ସବକୁ ଏକ କଟୁରୀ ସାହାଯ୍ୟରେ ହାଣି ମାରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ପୋଲିସ ଆଜି ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ପାରିବାରିକ ବିବାଦ ଥିବା ପୋଲିସ ସୂଚନା ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ।

Leave A Reply

Your email address will not be published.