ବହୁତ ଜୋରରେ କୁଣ୍ଡେଇହେଲା ବ୍ୟକ୍ତିଙ୍କ ପିଠି, ଜେସିବିରେ ଏମିତି କଲେ କାମ

ଆଜିର ସୋସିଆଲ ମିଡିଆ ଜମାନାରେ ବହୁତ ଭିଡିଓ ଭାଇରାଲ ହେଉଛି। ଇଣ୍ଟରନେଟରେ ଏବେ ଜେସିବିର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ବିଶ୍ୱାସ କରନ୍ତୁ ଏହି ଭିଡିଓ ଦେଖି ଆପଣ ନିଜ ହସକୁ ରୋକି ପାରିବେନି।

ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତିଙ୍କର ପିଠି କୁଣ୍ଡେଇ ହେଉଛି। ସେ ପିଠି କୁଣ୍ଡେଇ କୁଣ୍ଡେଇ ଏକ ଜେସିବି ପାଖକୁ ଆସୁଛନ୍ତି। ଆଉ ଜେସିବି ସାହାଯ୍ୟରେ ତାଙ୍କ ପିଠି କୁଣ୍ଡେଇବା ପାଇଁ ଜେସିବି ପାଖରେ ପିଠି ଦେଖାଉଛନ୍ତି। ଆଉ ଜେସିବିର ଏକ୍ସେଓ୍ଵଟର ମଧ୍ୟ ବଢ଼ିଆ ତରିକାରେ ବ୍ୟକ୍ତିଙ୍କ ପିଠି କୁଣ୍ଡେଇ ଦେଉଛି।

ଏହି ଭିଡିଓ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଏ ଏହି ଭିଡିଓ ଦେଖି ମନୋରଞ୍ଜନ କରୁଛନ୍ତି ତ ଆଉ କିଏ ଏଭଳି ନକରିବାକୁ ପରାମର୍ଶ ଦେଉଛନ୍ତି। ଏଭଳି କାମକୁ ହାନିକାରକ କହିବା ସହିତ ଖତରନାକ ମଧ୍ୟ କହୁଛନ୍ତି ଲୋକେ। ତେବେ ଏହି ଭିଡିଓଟି ଭାଇରାଲ ହେବାର କିଛି ସମୟ ମଧ୍ୟରେ ଖୁବ୍‌ ଭାଇରାଲ ହେଉଛି।

Leave A Reply

Your email address will not be published.