Below header

ଯାଜପୁର : ପରିବା ବାଛିବା ଉପରେ କଟକଣା ଲଗାଇଲେ ଉପଜିଲ୍ଲାପାଳ, ଉଭୟ ଲୋକ ଓ ଦୋକାନୀଙ୍କୁ କଡ଼ା ତାଗିଦ

ଯାଜପୁର ରୋଡ (କେନ୍ୟୁଜ): ଯାଜପୁର ଉପଜିଲ୍ଲାପାଳ କୋରେଇ ବ୍ଲକର ସାପ୍ତାହିକ ହାଟ କନ୍ତୋର ବୁଲି ଦେଖିବା ସହିତ ହାଟକୁ ଆସିଥିବା ବ୍ୟବସାୟୀ ଓ ଖାଉଟିମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବୁଝାଇ କହିଥିଲେ । ଏପରିକି ସାଧାରଣ ଖାଉଟି ନିଜେ ପରିବା ବାଛି ନେଇ ପାରିବେ ନାହିଁ, ଖୁଚୁରା ବେପାରୀ, ଶାରୀରିକ ଅକ୍ଷମ କିମ୍ବା ବୟସ୍କ ବ୍ୟକ୍ତି ନହେଲେ ଅନ୍ୟମାନଙ୍କୁ ବାଇକ୍ ବ୍ୟବହାର ମନା, ଏପରିକି କିଛି କାର୍ଯ୍ୟ ନଥାଇ ବଜାରରେ ବୁଲୁଥିବା ଅମାନିଆଙ୍କୁ ସାବାଡ କରିଥିଲେ ନିଜେ ଉପଜିଲ୍ଲାପାଳ ନାରୟଣ ଚନ୍ଦ୍ର ଧଳ ।

sub collector

ଏଥି ସହିତ ଅନ୍ଧାରୀ ପଂଚାୟତ ରଗଡି ଡିଲରଙ୍କ ଯୋଗାଣ କେନ୍ଦ୍ରରେ ପହଚିଂ ଖାଉଟିମାନଙ୍କୁ ସଠିକ୍ ଭାବେ ରାସନ୍ ସାମଗ୍ରୀ ମିଳୁଛି କି ନାହିଁ ତାହାର ତଦାରଖ କରିଥିଲେ । ମାସ୍କ ବ୍ୟବହାର କରିନଥିଲେ ଲୋକଙ୍କୁ ଖାଉଟି ସାମଗ୍ରୀ ନଦେବାକୁ ଡିଲରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

sub collector

ହାଟରେ ବସିଥିବା ବ୍ୟବାସାୟୀମାନଙ୍କୁ ସଚେତନ ରହି ପରିବା ଓ ଗ୍ରୋସୋରୀ ସାମଗ୍ରୀ ବିକ୍ରି କରିବା ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିବା ବେଳେ କୈାଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ଜିଲ୍ଲା ପ୍ରଶାସନ ବରଦାସ୍ତ କରିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ରାସ୍ତାରେ ବୁଲୁଥିବା ରୋଡ ରୋମିଓଙ୍କୁ ସାବାଡ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ ଶ୍ରୀ ଧଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.