Below header

ଲକ୍‌ଡାଉନରେ ଭାରତୀ ଏବଂ ହର୍ଷ ଦର୍ଶକଙ୍କୁ ଏମିତି କରିବେ ମନୋରଂଜନ

ସମଗ୍ର ବିଶ୍ୱ କରୋନା ଭାଇରସ୍ ସହ ମୁକାବିଲା ପାଇଁ ଲାଗିପଡିଛି। ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ଯୋଗୁ ସମସ୍ତ ଟିଭି ସିରିୟଲ୍, ଶୋ’ ଓ ଫିଲ୍ମର ଶୁଟିଂ ବନ୍ଦ ରହିଛି। ଏହି ସମୟରେ ଟିଭିରେ ପୁରୁଣା ଶୋ’କୁ ପୁନଃ ପ୍ରସାରଣ କରାଯାଉଛି। ଇତିମଧ୍ୟରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ନୂଆ ଅନ୍ଦାଜରେ ସ୍ୱାମୀ ହର୍ଷଙ୍କ ସହ ଆସୁଛନ୍ତି କମେଡି କୁଇନ ଭାରତୀ ସିଂହ। ଏବେ ଦୁହେଁ ମିଶି, ଲାଇଟ, କ୍ୟାମେରା, ଆକ୍ସନ, ଡାଇରେକ୍ସନ, ଡ୍ରେସ ଡିଜାଇନ ଦୁହେଁ କରିବେ। ଏହି ଶୋ’ରେ ଦୁହେଁ ସବୁକିଛି କରିବେ।

bharati

ଶୁଣିବାକୁ ମିଳିଛି କଲର୍ସରେ ଏକ ନୂଆ କମଡେି ଶୋ’ ଆରମ୍ଭ ହେବାକୁ ଯାଉଛି। ଯାହାର ନାଁ ହେଉଛି ହମ୍, ତୁମ୍ ଔର କ୍ୱାରାଣ୍ଟାଇନ। ଏହି କମେଡି ଶୋ’କୁ ଭାରତୀ ଓ ହର୍ଷ ଘରୁ ହିଁ ଶୁଟିଂ କରିଥିବା ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ନିଜକୁ କିଭଳି ବ୍ୟସ୍ତ ରଖାଯାଇପାରିବ ଓ ମନୋରଞ୍ଜନ କରାଯାଇପାରିବ ସେନେଇ ଏହି ଶୋ’ ଜରିଆରେ ଭାରତୀ ଓ ହର୍ଷ ଦର୍ଶକଙ୍କୁ ଟିପ୍ସ ଦେବେ। କେବଳ ସେତିକି ନୁହେଁ ଏହି ସମୟରେ ଅଭିନେତ୍ରୀ ଓ ଅଭିନେତାଙ୍କ କ୍ୱାରାଣ୍ଟାଇନ୍ ଲାଇଫ୍କୁ ମଧ୍ୟ ଶୋ’ରେ ଦେଖିପାରିବେ ଦର୍ଶକ। ଶୋ’ର ପ୍ରୋମୋରେ ଭାରତୀ ଓ ହର୍ଷ ଦର୍ଶକଙ୍କୁ ଘରେ ରହିବାକୁ ଅପିଲ୍ କରିଥିବା ନଜର ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.