ବଜାରରୁ ଆଣୁଥିବା ପନିପରିବା ଓ ଫଳ ଆଦିରେ ଆସୁନାହିଁ ତ କରୋନା ! ଏହି ଉପାୟରେ ରୁହନ୍ତୁ ସତର୍କ

କରୋନା ନେଇ ଏବେ ଘରୁ ବାହାର ପର୍ଯ୍ୟନ୍ତ ସବୁଠି ସତର୍କତା ଅବଲମ୍ବନ କରାଯାଉଛି । ସବୁଠି ସଫାସୁତରା ଓ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଆମେ ତ ନିଜ ମୁହଁ, ହାତ, ଶରୀର ଆଦିର ପରିସ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେଉଛୁ । କିନ୍ତୁ କେବେ ବାହାରୁ ଅଣାଯାଉଥିବା ପନିପରିବା ଆଦିକୁ ଜୀବାଣୁ ମୁକ୍ତ କିପରି ରଖାଯିବ ସେଥିପ୍ରତି ଚିନ୍ତା କରିନୁ କି ଧ୍ୟାନ ଦେଇନୁ । କିନ୍ତୁ ଏଥିପ୍ରତି ବି ଦୃଷ୍ଟି ଦେବା ଜରୁରୀ ।କାରଣ ଏଗୁଡ଼ିକୁ ଅନେକ ଲୋକ ହାତ ମାରିଥାନ୍ତି ।

ବିଭିନ୍ନ ସ୍ଥାନ ଦେଇ ଏହାକୁ ଅଣାଯାଇଥାଏ । ଯଦି ପନିପରିବା, ଫଳ ଆଦି ବିକ୍ରି କରୁଥିବା ବ୍ୟକ୍ତି ବା ଏଗୁଡ଼ିକୁ ଛୁଇଁଥିବା ବ୍ୟକ୍ତି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ଆପଣଙ୍କର ବି ସଂକ୍ରମଣ ହେବାର ଅନେକ ଆଶଙ୍କା ଅଛି । ତେବେ ଫଳ କିମ୍ବା ପନିପରିବା ଘରକୁ ଆଣିବା ପୂର୍ବରୁ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ସେଉପରେ ଜାଣିରଖିବା:

veges

୧. ଆପଣ କ୍ୟାରୀ ବ୍ୟାଗକୁ ଥରେ ବ୍ୟବହାର କରି ଆଉ ଥରେ ବ୍ୟବହାର କରନ୍ତୁ ନାହିଁ । ଦୋକାନୀ ଠାରୁ ଆଣୁଥିବା ପଲିଥିନ ଓ କ୍ୟାରୀ ବ୍ୟାଗ ଆଦିକୁ ଥରେ ୟୁଜ କରିବା ପରେ ପକାଇ ଦିଅନ୍ତୁ ।

୨. କେତେକ ଲୋକ ଭାଇରସ ଆଶଙ୍କାକୁ ଦୂର କରିବା ପାଇଁ କଲୋରିନ, ଡିସିନଫେକ୍ଟଣ୍ଟ, ଆଲକୋହଲ ଆଦିର ବ୍ୟବହାର କରିଥାନ୍ତି ଢ କିନ୍ତୁ ଏପରି କରିବା ସମ୍ପୂର୍ଣ ରୂପେ ଭୁଲ । ପନିପରିବା, ଫଳ ଆଦିକୁ ସାବୁନ ବା ଡିଟରଜେଣ୍ଟ ପାଣିରେ ଧୁଅନ୍ତୁ ନାହିଁ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ । ସଫା କରିବା ପାଇଁ କେବଳ ପାଣିର ଉପଯୋଗ ହିଁ କରନ୍ତୁ ।

veges

୩. ପରିବା ଆଦି କାଟିବା ପୂର୍ବରୁ ହିଁ ଏହାକୁ ଧୋଇ ଦିଅନ୍ତୁ । ଗୋଟେ ବଡ଼ ପାତ୍ରରେ ପାଣି ଭରି କରି ଏହାକୁ ଗୋଟି ଗୋଟି କରି ଧୁଅନ୍ତୁ । ନଚେତ ନଳ ପାଣିରେ ରଗଡି ରଗଡି ଏହାକୁ ଧୁଅନ୍ତୁ ।

୪. ଏହାକୁ କୀଟାଣୁ ମୁକ୍ତ ରଖିବା ପାଇଁ ଧଉଥିବା ପାଣିରେ କିଛି ଲୁଣ ମିଶାଇ ଦିଅନ୍ତୁ । ଏମିତିକି ଛପା ଛଡାଇ ବ୍ୟବହାର କରୁଥିବା ଫଳକୁ କାଟିବା ଆଗରୁ ଧୋଇ ଦିଅନ୍ତୁ ।

୫. ବାହାରୁ ଅଣା ଯାଉଥିବା କ୍ଷୀର ପ୍ୟାକେଟକୁ ବି ଧୋଇ ଦିଅନ୍ତୁ । ପ୍ୟାକେଟକୁ ଦାନ୍ତରେ ଛିଡାନ୍ତୁ ନାହିଁ ।

୬. ମାଂସ ପରି ଖାଦ୍ୟକୁ ଅଧିକ ଆଞ୍ଚରେ ପ୍ରସ୍ତୁତ କରି ଖାଆନ୍ତୁ । ଫ୍ରିଜରେ ସବୁବେଳେ ରନ୍ଧା ଖାଦ୍ୟ ଓ ଅରନ୍ଧା ଖାଦ୍ୟକୁ ଭିନ୍ନ ଭିନ୍ନ କରି ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.