Below header

ଭୋଡାଫୋନ ଏବଂ ଆଇଡିଆର ଦମଦାର ଅଫର, ପ୍ରତି ରିଚାର୍ଜରେ ମିଳୁଛି କ୍ୟାସବ୍ୟାକ୍‌

ଭୋଡାଫୋନ ଏବଂ ଆଇଡିଆ ନିଜର ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦମଦାର ଅଫର ଲଞ୍ଚ କରିଛନ୍ତି। କମ୍ପାନୀ ଗ୍ରାହକଙ୍କୁ ଏବେ ରିଚାର୍ଜ କରିବାରେ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ। ଭୋଡାଫୋନ ଆଇଡିଆ ରିଚାର୍ଜ ଫର ଗୁଡ ନାମରେ ଦୁଇଟି ନୂଆ ପ୍ରୋଗ୍ରାମ ଆରମ୍ଭ କରିଛି। ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ କରୋନା ଲକଡାଉନ ସମୟରେ ଗ୍ରାହକଙ୍କୁ ଅଧିକରୁ ଅଧିକ ରିଚାର୍ଜ ସୁବିଧା ଯୋଗାଇବ। ଏହି ଅଫର ୯ ଏପ୍ରିଲରୁ ଆରମ୍ଭ ହୋଇ ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ।

rr

ଏହି ପ୍ରୋଗ୍ରାମରେ ଭୋଡାଫୋନ, ଆଇଡିଆ ଗ୍ରାହକ ନିଜର ସାଙ୍ଗ, ପରିବାର ଲୋକ କିମ୍ବା କମ୍ପାନୀର ଅନ୍ୟ କୌଣସି ଗ୍ରାହକଙ୍କ ରିଚାର୍ଜ କରିବାରେ ୬ ପ୍ରତିଶତ କ୍ୟାଶବ୍ୟାକ୍‌ ଦେବ। ସମଗ୍ର ଦେଶ କରୋନା ଭାଇରସ ପ୍ରକୋପରୁ ବଞ୍ଚିବା ଲକ୍‌ଡାଉନ ଘୋଷଣା ହୋଇଛି। ଯେଉଁଥିପାଇଁ ଅନେକ ମୋବାଇଲ ଗ୍ରାହକ ରିଚାର୍ଜ କରିପାରୁନାହାନ୍ତି।

ଯଦି ଆପଣ ଭୋଡାଫୋନ-ଆଇଡିଆକୁ ସବସ୍କାଇବ କରୁଛନ୍ତି, ତେବେ ଆପଣ ଏହି କ୍ୟାସବ୍ୟାକ୍‌ର ଫାଇଦା ଉଠାଇବା ଉଚିତ। ଆପଣ ପ୍ରଥମେ ଭୋଡାଫୋନ-ଆଇଡିଆର ଆପ୍‌କୁ ଯାଇ ଲଗଇନ କରନ୍ତୁ। ଏହାପରେ କମ୍ପାନୀର କୌଣସି ଗ୍ରାହକଙ୍କ ରିଚାର୍ଜ କରିବା ପରେ ଆପଣଙ୍କୁ ୬ପ୍ରତିଶତ କ୍ୟାସବ୍ୟାକ୍‌ ମିଳିବ। ଏହି କ୍ୟାସବ୍ୟାକକୁ ଆପଣ ଅଲଗା ରିଚାର୍ଜ କରିବା ସମୟରେ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.