ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ

ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଗତକାଲି ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଟ୍ରେନ୍ ଯାଉଥିବା ସମୟରେ ଲାଇନ୍ ଚ୍ୟୁତ ହୋଇଥିଲା ଗୋଟିଏ ବଗି । ପ୍ୟାଣ୍ଟ୍ରିକାର ବଗି ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଥିଲା ।

ସମ୍ବଲପୁର(କେନ୍ୟୁଜ): ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଗତକାଲି ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଟ୍ରେନ୍ ଯାଉଥିବା ସମୟରେ ଲାଇନ୍ ଚ୍ୟୁତ ହୋଇଥିଲା ଗୋଟିଏ ବଗି । ପ୍ୟାଣ୍ଟ୍ରିକାର ବଗି ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଥିଲା ।

ଅଘଟଣ ବେଳେ ଟ୍ରେନ୍ ରେ କୌଣସି ଯାତ୍ରୀ ନଥିଲେ। ଭାଗ୍ୟବଶତ କୌଣସି କ୍ଷୟକ୍ଷତି ହୋଇନାହିଁ । ତୁରନ୍ତ ଘଟଣାସ୍ଥଳରେ ସମ୍ବଲପୁର ରେଳବିଭାଗ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରିଥିଲେ । ୱାସିଙ୍ଗ ଲାଇନରେ ବଗି ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନ ଚଳାଚଳରେ କୌଣସି ପ୍ରଭାବ ପଡ଼ିନାହିଁ । ଆଜି ସକାଳୁ ୩ଟି ଟ୍ରେନ୍ ପାସ୍ କରିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.