ଯାତ୍ରା ଜଗତର ବରିଷ୍ଠ କଳାକାର ନିତ୍ୟାନନ୍ଦ ପାଢ଼ୀ ଅସୁସ୍ଥ

କଟକ(କେ ନ୍ୟୁଜ): କଟକ ଯାତ୍ରା ଜଗତର ବରିଷ୍ଠ ଭେଟେରାନ କଳାକାର ନିତ୍ୟାନନ୍ଦ ପାଢ଼ୀ ଅସୁସ୍ଥ। ନିତ୍ୟାନନ୍ଦ ପାଢ଼ୀଙ୍କୁ କଟକ ଏସସିବି ମେଡିକାଲର କାର୍ଡିଓଲୋଜି ବିଭାଗରେ ଭେଟିଲେ ଯାତ୍ରା ଟାଇଗର ଦୈତାରି ପଣ୍ଡା। ଶ୍ରୀ ପଣ୍ଡା ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
ଭଦ୍ରକ ଅଞ୍ଚଳର ବାସିନ୍ଦା ନିତ୍ୟାନନ୍ଦ ପାଢ଼ୀ ଦୀର୍ଘ ୪୦ ବର୍ଷ ଧରି ୨୦୦ ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରି ଦର୍ଶକମାନଙ୍କ ମନୋରଞ୍ଜନ କରିଆସୁଛନ୍ତି। ଓଡ଼ିଶାର ସଂସ୍କୃତି ବିଭାଗ ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଦୈତ୍ୟାରି ପଣ୍ଡା।