Below header

ବାଲେଶ୍ୱର: ଯାତ୍ରାପାର୍ଟି କଳାକାରଙ୍କୁ ନିର୍ମମ ହତ୍ୟା

ବାଲେଶ୍ୱର (କେନ୍ୟୁଜ୍): ଯାତ୍ରାପାର୍ଟି ହାସ୍ୟ କଳାକାରଙ୍କୁ ନିର୍ମମ ହତ୍ୟା। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାର ଜୟରାମପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଶୁଭଲକ୍ଷ୍ମୀ ନାମକ ଯାତ୍ରାପାର୍ଟିରେ ହାସ୍ୟ କଳାକାର ଭାବେ ଅଭିନୟ କରୁଥିବା ତ୍ରିଲୋଚନ ରଣଜିତଙ୍କୁ ବିଳମ୍ବିତ ରାତିରେ ଭୋଗରାଇ ଅଞ୍ଚଳର କିଛି ଲୋକ ହତ୍ୟା କରି ଫିଙ୍ଗି ଦେଇଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଗତକାଲି ସେ ଭୋଗରାଇ ହାଟକୁ ବୁଲିବାକୁ ଯାଇଥିବା ବେଳେ ଆଉ ଯାତ୍ରାପାର୍ଟିକୁ ଫେରିନଥିଲେ। ସକାଳୁ ତ୍ରିଲୋଚନଙ୍କ ମୃତଦେହ ହାଟରେ ଥିବା ଏକ କ୍ୟାବିନ ପଛପଟେ ପଡ଼ିଥିବା ଦେଖା ଯାଇଥିଲା। ଏନେଇ ଲୋକେ ପୋଲିସକୁ ଖବର ଦେବା ପରେ ଭୋଗରାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟା ଅଭିଯୋଗରେ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ। ଏହା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.