ସମ୍ପର୍କକୁ ମଜବୁତ କରିବା ପାଇଁ ଦୁଇଦିନିଆ ଭୁଟାନ୍‌ ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଏହି ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ଉତ୍ତମ ସୁସମ୍ପର୍କ ସ୍ଥାପନ କରିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ମଧ୍ୟ ହେବ। ମୋଦି ସେଠାରେ ପହଞ୍ଚିବା ପରେ ଭୁଟାନ ନରେଶ ଜିଗମେ ଖେସର ନାମଗ୍ୟଲ ଓ୍ଵାଙ୍ଗଚୁଙ୍ଗ ଏବଂ ଭୁଟାନର ଚତୁର୍ଥ ନରେଶ ଜିଗମେ ସିନ୍ୟୋ ଓ୍ଵାଙ୍ଗଚୁଙ୍ଗ ସହିତ ସାକ୍ଷାତ କରିବେ। ମୋଦି ଏହି ଯାତ୍ରାରେ ଭୁଟାନର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ‘ରୟାଲ ୟୁନିର୍ଭସିଟି’ ଛାତ୍ରମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ।
ଏହି ଗସ୍ତ ପୂର୍ବରୁ ମୋଦି ଭୁଟାନ ଯାତ୍ରାକୁ ବେଶ ଚର୍ଚ୍ଚା ଚାଲିଥିଲା। ମୋଦି ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହିତ ସମୃଦ୍ଧ ଭବିଷ୍ୟ, ବିକାଶ, ବ୍ୟବସାୟ ଏବଂ ଆର୍ଥିକ ସମ୍ବନ୍ଧ ରହିଆସିଛି। ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କ ଦୁଇଦେଶ ପାଇଁ ବେଶ ମହତ୍ତ୍ୱ ରଖିଛି। ଭୁଟାନ ସହିତ ସୁସମ୍ପର୍କ ସ୍ଥାପନ କରିବା ଭାରତ ପାଇଁ ବେଶ ମହତ୍ୱପୂର୍ଣ୍ଣ ରହିଛି।

Leave A Reply

Your email address will not be published.