ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ୧୦ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍) : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ୧୦ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଦିଲ୍ଲୀର ଏମ୍‌ସରେ ଭର୍ତ୍ତି କରାଯାଇଛି। ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏମସ ଯାଇଛନ୍ତି । ଆଜି ମଧ୍ୟାହ୍ନରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜେଟଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଏମସ ଯାଇପାରନ୍ତି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅଗଷ୍ଟ ୯ତାରିଖରେ ଏମ୍‌ସରେ ଭର୍ତ୍ତି ହୋଇଥିଲେ ଜେଟଲି। ଗତକାଲି ତାଙ୍କୁ ଘରକୁ ଛଡ଼ାଯାଇଥିଲା। କିନ୍ତୁ ପରେ ପୁଣି ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି। ୨୦୧୮ ମେ ମାସରେ ଜେଟଲିଙ୍କର କିଡନୀ ପ୍ରତ୍ୟାରୋପଣ ହୋଇଥିଲା। ପରେ ସଫ୍‌ଟ ଟିସୁ କ୍ୟାନସରରେ ଆକ୍ରାନ୍ତ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଥିଲେ ଜେଟଲି। ଅସୁସ୍ଥତା କାରଣରୁ ଗତ ସାଧାରଣ ନିର୍ବାଚନରୁ ଓହରି ଯାଇଥିଲେ ଜେଟଲି।

 

Leave A Reply

Your email address will not be published.