Below header

ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ, ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ

ନିଜ ବନ୍ଧୁକକୁ ଗୁଳି କରି ନିଜକୁ ମାରିଦେଇଛନ୍ତି ଯବାନ କାହ୍ନୁଚରଣ । ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫ ଯବାନ ଭାବେ କାର୍ଯ୍ୟ କରୁଥିଲେ । ଖୁବ୍ ଭଲ ପିଲାଟିଏ ଥିଲେ କାହ୍ନୁ ।

ନୟାଗଡ(କେନ୍ୟୁଜ୍): ଜନ୍ମ ମାଟିରେ ଯବାନଙ୍କ ମର ଶରୀର । ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ । ଗାଁ ଦାଣ୍ଡ ପାଲଟିଛି ଜନ ସମୁଦ୍ର । ସମସ୍ତଙ୍କ ଆଖି ଖୋଜୁଛି କାହ୍ନୁଙ୍କୁ ଶେଷ ଥର ଟିକେ ଦେଖିବା ପାଇଁ । କେଡେ ଶ୍ରଦ୍ଧାରେ ବାପା ମା ନା ଦେଇଥିଲେ କାହ୍ନୁଚରଣ । ସୁଖ ଦୁଃଖ ସହି କାହ୍ନୁଙ୍କୁ ମଣିଷ କଲେ । ଆଉ ତାପରେ ଦେଶ ସେବା ପାଇଁ ମନ ବଳାଇଲେ କାହ୍ନୁ । ଏଇ ତ ଦୁଇ ବର୍ଷ ଆଠ ମାସ ତଳେ ସେ ଚାକିରି କରିବା ଆରମ୍ଭ କରିଥିଲେ । ହେଲେ ଏମିତି କଣ ହୋଇଗଲା ଯେ ସେ ନେଇଗଲେ ଏଭଳି ଚରମ ନିଷ୍ପତ୍ତି ।

ନିଜ ବନ୍ଧୁକକୁ ଗୁଳି କରି ନିଜକୁ ମାରିଦେଲେ:

ନିଜ ବନ୍ଧୁକକୁ ଗୁଳି କରି ନିଜକୁ ମାରିଦେଇଛନ୍ତି ଯବାନ କାହ୍ନୁଚରଣ । ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫ ଯବାନ ଭାବେ କାର୍ଯ୍ୟ କରୁଥିଲେ । ଖୁବ୍ ଭଲ ପିଲାଟିଏ ଥିଲେ କାହ୍ନୁ ।

ମାନସିକ ଚିନ୍ତାରେ ରହୁଥିଲେ ଯବାନ:

ହେଲେ ଛତିଶଗଡ଼ରୁ ଆସିଥିବା ସିଆରପିଏଫ୍ ଅଧିକାରୀଙ୍କ କହିବା କଥା ଅନେକ ସମୟରେ କାହ୍ନୁ ମାନସିକ ଚିନ୍ତାରେ ରହୁଥିଲେ। କାହାକୁ କିଛି କହୁନଥିଲେ । ତେବେ ଗତ ମଙ୍ଗଳବାର ଦିନ ନିଜ କାର୍ଯ୍ୟ ସାରି କାହ୍ନୁ ରୁମକୁ ଫେରିଥିଲେ । ଆଉ ରୁମ୍ ରେ ଥିବା ସମୟରେ ହିଁ ସେ ନିଜକୁ ଗୁଳି କରି ଜୀବନ ହାରି ଦେଇଥିଲେ । ଦିନ ଦୁଇଟା ବେଳେ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ମିଳିଥିଲା ଯେ କାହ୍ନୁ ମୃତ୍ୟୁବରଣ କରିଛନ୍ତି ।

jawan father

ଏହାପରେ ଗତକାଲି ଛତିଶଗଡ଼ରୁ ପାଣ୍ଡେରି ପାଟଣା ଗ୍ରାମ ଅଭିମୁଖେ ତାଙ୍କ ମରଶରୀର ଆସି ପହଞ୍ଚିବା ପରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା । ପରିବାର ଲୋକ ପୁଅର ମରଣକୁ ସହଜରେ ଗ୍ରହଣ କରିପାରିନଥିଲେ।

ଗାଁ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ :

ତେବେ ଛତିଶଗଡ଼ରୁ ଆସିଥିବା ସିଆରପିଏଫ୍ ଅଧିକାରୀ ଯବାନ କାହ୍ନୁଚରଣଙ୍କ ବାପାଙ୍କୁ ଜାତୀୟ ପତକା ପ୍ରଦାନ କରିଥିଲେ । ସେହି ଜାତୀୟ ପତାକା ତାଙ୍କ ମରଶରୀର ଉପରେ ପକାଯାଇ ଗ୍ରାମ ପରିକ୍ରମା କରାଯିବା ସହିତ ଗାଁ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡିଗଲେ ସମସ୍ତଙ୍କ ପ୍ରିୟ କାହ୍ନୁ । ଏପଟେ ଭୁବନେଶ୍ବରରୁ ଆସିଥିବା ସିଆରପିଏଫ ଯବାନ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ ।

ବୀର ଯବାନଙ୍କ ଏଭଳି ନିଷ୍ପତ୍ତିକୁ କେହିବି ସହଜରେ ଗ୍ରହଣ କରିପାରୁନଥିବା ବେଳେ, କାହ୍ନୁଙ୍କ ମୃତ୍ୟୁ ପରିବାରରକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି । ଉଚିତ୍ ତଦନ୍ତ ପରେ ହିଁ ଜଣାପଡିବ କାହ୍ନୁଚରଣଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟାସତ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.