Below header

ଝରାଫୁଲ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ: କହିଲା ହତ୍ୟା ନୁହେଁ; ଫୁଡ୍‌ ପଏଜନିଂ ଯୋଗୁଁ ହୋଇଛି ମୃତ୍ୟୁ!

ଭୁବନେଶ୍ୱର: ରମାଦେବୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଝରାଫୁଲ ଓ ରାକେଶ ମୃତ୍ୟୁ ପୂର୍ବଦିନ OYOରେ ଥିଲେ । ଭୁବନେଶ୍ୱର ଧର୍ମବିହାରରେ ରହିଛି ଏହି ହୋଟେଲ। OYO ହୋଟେଲର ଏକ୍ସଲୁସିଭ୍ ଭିଜୁଆଲ୍‌ ସାମ୍ନାକୁ ଆସିଛି। ଭିଜୁଆଲରେ ଭୁବନେଶ୍ୱରରୁ ସ୍କୁଟିରେ ତାଙ୍କୁ ନିଆଯାଉଥିବାର ଦେଖିବାକୁ ମିଳିଛି।

ସେପଟେ ଝରାଫୁଲ ଘଟଣାରେ ନୂଆ ମୋଡ ସମ୍ନାକୁ ଆସିଛି। ହତ୍ୟା ନୁହେଁ, ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ଏକ ହୋଟେଲରେ ପୂର୍ବଦିନ ରାତି କାଟିଥିଲେ ଉଭୟ । ହୋଟେଲରେ ଖାଇବା ପରେ ବିଷକ୍ରିୟା ହୋଇଥିଲା । ଏହାପରେ ଝରାଫୁଲଙ୍କ ମୃତ୍ୟୁ ହୋଇଛି । ଏଭଳି ବୟାନ ଦେଇଛି ଅଭିଯୁକ୍ତ ରାକେଶ ସ୍ୱାଇଁ । ରାକେଶ ସ୍ୱାଇଁ ହେଉଛନ୍ତି ଝରାଫୁଲଙ୍କ ପୁରୁଷ ବନ୍ଧୁ ।

ଝରାଫୁଲଙ୍କୁ ହତ୍ୟା କରିନାହିଁ ବରଂ ଫୁଡ୍‌ ପଏଜନିଂରେ ମୃତ୍ୟୁ ହୋଇଥିବା କହିଛି ଅଭିଯୁକ୍ତ । କୁଆଖିଆ ପୋଲିସ ପାଖରେ ଅଭିଯୁକ୍ତ ମୁହଁ ଖୋଲିଲା । ଜେରାବେଳେ ରାକେଶ କହିଛି ଯେ, ଝରାଫୁଲ ମୃତ୍ୟୁ ପୂର୍ବରୁ ସେ ମୋ ପାଖରେ ଥିଲା । ଅନ୍ୟପଟେ ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ବୋଲି କହିଛି ପୋଲିସ । ଜେରା ପରେ କେମିତି ମୃତ୍ୟୁ ହୋଇଥିଲା, ତାର ଡେମୋ ଦେଖାଇବ ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.