Below header

ଚାର୍ଜର ଝିନ୍‌ଝଟ୍‌ରୁ ମିଳିଲା ମୁକ୍ତି, ଏବେ ବିନା କେବୁଲରେ ଚାର୍ଜ ହେବ ମୋବାଇଲ

ମୋବାଇଲ କିଣିବା ସମୟରେ ଅଧିକାଂଶ ସମୟରେ ଆମେ ଚାର୍ଜର ବିଷୟରେ ପଚାରି ଥାଉ। କେତେ ସମୟରେ ମୋବାଇଲ ଚାର୍ଜ ହେବ, ଚାର୍ଜର କେତେ ୱାଟର ଏମିତି କିଛି ପ୍ରଶ୍ନ ଆମ ମନରେ ରହିଥାଏ। ମୋବାଇଲ ଚାର୍ଜ କରିବା ସମୟରେ ଫୋନ ଠାରୁ ଦୂରେଇ ରହିବା ଅଧିକାଂଶ ଲୋକଙ୍କ ପାଇଁ କଷ୍ଟକର ହୋଇପଡେ। କିନ୍ତୁ ଏବେ ଆପଣଙ୍କୁ ଫୋନ ବ୍ଯାଟେରୀ ଚାର୍ଜ କରିବାରୁ ମୁକ୍ତି ମିଳିବ। ଏବେ ଫୋନକୁ ରୁମରେ କୌଣସି ସ୍ଥାନରେ ରଖି ମଧ୍ୟ ଚାର୍ଜ କରିପାରିବେ।

ଖୁବଶୀଘ୍ର ନୂଆ ଟେକ୍ନୋଲୋଜି ଆସିବାକୁ ଯାଉଛି। ଯାହାକୁ Air Charge Technology କୁହାଯାଉଛି। ଏହାକୁ ଚାର୍ଜିଂ ୱେୟାର ନ ଲଗାଇ ମୋବାଇଲ ଚାର୍ଜ କରିପାରିବେ। ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ସାଓମୀ Mi Air Charge Technology ବିଷୟରେ ଖୁଲାସା କରିଛି।

Mi ବ୍ଲଗରେ ଲେଖିଛି ଯେ, ଏହି ଟେକ୍ନୋଲୋଜିରେ space positioning ଏବଂ Energy Transmission ର ବ୍ଯବହାର କରାଯାଇଛି। ଯେଉଁଥିରେ ୫ଟି ପର୍ଯ୍ଯାୟରେ ଆଣ୍ଟିନା ସାହାଯ୍ଯରେ ମୋବାଇଲ ଫୋନ ଇଣ୍ଡେକ୍ଟ କରିପାରିବେ। Beamforming ଜରିଆରେ ଏହା ସଂପର୍କରେ ଆସିବା ପରେ ମୋବାଇଲ ବ୍ଯାଟେରୀ ଆପେ ଆପେ ଚାର୍ଜ ହେବାକୁ ଲାଗିଥାଏ।

charger

ସାଓମୀର ଅଧିକାରକ ୱେବସାଇଟରେ କୁହାଯାଇଛି ଯେ, ଘରେ ଏକ ୟୁପିଏସ ଆକାରର ଡକ୍ ଲଗାଇବାକୁ ପଡିବ। ଏହି ଡକ୍ ରେ ଚାର୍ଜିଂ ସିଗନାଲ ପଠାଯାଏ। ମୋବାଇଲ ଫୋନ ସଂପର୍କରେ ଏହା ଆସିବା ପରେ ଆପେ ଆପେ ଫୋନ ଚାର୍ଜ ହେବାକୁ ଲାଗିଥାଏ। ସୂଚନାଯୋଗ୍ଯ, ନିକଟରେ ଆପଲ ଆଇଫୋନ ୧୨ ସହିତ ୱେୟାରଲେସ ଚାର୍ଜିଂକୁ ସାମ୍ନାକୁ ଆଣିଥିଲା। ଏହି ଟେକ୍ନୋଲୋଜି ସହିତ ଏକ ଡକ୍ ଦିଆଯାଉଛି। ମୋବାଇଲକୁ ଏହି ଡକରେ ରଖିବା ଦ୍ବାରା ମୋବାଇଲ ଚାର୍ଜିଂ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.